ETV Bharat / state

ବାତ୍ୟାକୁ ନେଇ ଆଶଙ୍କାରେ ଚାଷୀ, ବର୍ଷା ହେଲେ ଉଜୁଡି଼ବ ଧାନ ଫସଲ - ନୟାଗଡ଼ ଖବର

ଆସୁଛି ବାତ୍ୟା । ଯାହାକୁ ନେଇ ଚିନ୍ତାରେ ନୟାଗଡ଼ ଚାଷୀ l ବର୍ଷା ହେଲେ ଉଜୁଡି଼ବ ଫସଲ l ଅଧିକ ପଢନ୍ତୁ

ବାତ୍ୟାକୁ ନେଇ ଆଶଙ୍କାରେ ଚାଷୀ: ବର୍ଷା ହେଲେ ଉଜୁଡି଼ବ ଧାନ ଫସଲ

author img

By

Published : Dec 3, 2021, 9:05 PM IST

ନୟାଗଡ଼ : ଆସୁଛି ବାତ୍ୟା । ଯାହାକୁ ନେଇ ଚିନ୍ତାରେ ନୟାଗଡ଼ ଚାଷୀ l ବର୍ଷା ହେଲେ ଉଜୁଡି଼ବ ଫସଲ l ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଚାଷୀ l କିଛି ଦିନ ପୂର୍ବେ ଲଗାଣ ଲଘୁଚାପ ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜଳମଗ୍ନ ହୋଇ ରହିଥିଲା l ଫଳରେ କେଉଁଠି ଧାନ ଗଜା ହୋଇଥିଲା ତ ପୁଣି କେଉଁଠି ଧାନ ନଷ୍ଟ ହୋଇଥିଲା l ଏହାପରେ କ୍ଷେତରେ ରହିଯାଇଥିବା ପାଚିଲା ଧାନ । ଫସଲକୁ ଅମଳ କରିବାର ଲକ୍ଷ୍ୟ ରଖିଥିଲା ଚାଷୀ l ହେଲେ ପୁଣି ଏକ ବାତ୍ୟାକୁ ଦେଖି ଚାଷୀ ମନରେ ଭାଳେଣି ପଡିଛି l

ବାତ୍ୟାକୁ ନେଇ ଆଶଙ୍କାରେ ଚାଷୀ: ବର୍ଷା ହେଲେ ଉଜୁଡି଼ବ ଧାନ ଫସଲ

ବାତ୍ୟା ଜୱାଦ ପ୍ରଭାବରେ ଆକାଶ ମେଘାଛନ୍ନ ହୋଇଛି l ଏହାକୁ ଦେଖି ଚିନ୍ତାରେ ଚାଷୀ l ତରବରିଆ ଭାବେ ଧାନ ଫସଲକୁ ଖଳା ଆଣିବାକୁ ଲାଗିପଡିଛନ୍ତି ଚାଷୀକୂଳ l ବର୍ଷା ହୋଇଗଲେ କଞ୍ଚା ଥିବା ଧାନ ବି ନଷ୍ଟ ହୋଇପାରେ l ସେଥିପାଇଁ କଞ୍ଚା ଧାନକୁ କାଟି ଆଣୁଛନ୍ତି ଚାଷୀ l ଧାନକୁ ବିଡା କରି ଉଚିତ ସ୍ଥାନରେ ରଖିବାକୁ ଚେଷ୍ଟା କରୁଛନ୍ତି ଚାଷୀ l ଖୁବକମ ସମୟରେ ଧାନ କାଟି ଖଳାକୁ ଆଣିବା ସମ୍ଭବ ହୋଇନଥିବାରୁ ଯେତିକି ସମ୍ଭବ ସେତିକି ଧାନ ସାଇତି ରଖିବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛି ଚାଷୀ l ସୁନାର ଫସଲକୁ ବାତ୍ୟା ନଷ୍ଟ କରିବା ପୂର୍ବରୁ ସଜାଗ ରହିଛନ୍ତି ଚାଷୀ l ହେକ୍ଟର ହେକ୍ଟର ଧାନ ଫସଲ ଏବେ ବି କ୍ଷେତରେ ପଡ଼ିରହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.