ETV Bharat / state

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସ୍ୱାମୀ, ଶାଶୁ ଓ ଶ୍ବଶୁର ଗିରଫ - ନୟାଗଡ଼ରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୟାଗଡ଼ରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଶ୍ବଶୁର ଘର ଲୋକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ତେବେ ଘଟଣାର ତଦନ୍ତ କରି ମୃତ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସ୍ୱାମୀ, ଶାଶୁ ଓ ଶ୍ବଶୁର ଗିରଫ

author img

By

Published : Oct 9, 2022, 10:38 AM IST

ନୟାଗଡ଼: ଗଣିଆ ଥାନା ବେଲପଡାପାଟଣା ଗ୍ରାମରେ ଜୈନିକ ମହିଳା ରଶି ଲଗେଇ ଆତ୍ମହତ୍ୟା କରିବା ଘଟଣାରେ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଶ୍ବଶୁର ଘର ଲୋକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ ।

ସୂଚନା ଅନୁସାରେ ଦଶପଲ୍ଲା ଥାନା ଅନ୍ତର୍ଗତ ହରିଡ଼ାବାଡ଼ି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଝିଅ ସୋନାଲି ୬ ବର୍ଷ ପୂର୍ବରୁ ବେଲପଡା ପାଟଣା ଗ୍ରାମର ରାଜନ ସାହୁଙ୍କୁ ବିବାହ କରିଥିଲେ । ଗୁରୁବାର ସକାଳେ ପାରିବାରିକ କଳହରୁ ସୋନାଲି ବେକରେ ରଶି ଲଗାଇଥିଲେ । ପରିବାର ଲୋକ ସୋନାଲିଙ୍କୁ ଉଦ୍ଧାର କରି ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ସୋନାଲିଙ୍କ ମାଆ ଝିଅକୁ ହତ୍ୟା କରାଯାଇଥିବା ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସୋନାଲିଙ୍କର ସ୍ବାମୀ, ଶାଶୁ, ଶ୍ବଶୁର, ୩ ନଣନ୍ଦ ଓ ୩ ନଣନ୍ଦେଇଙ୍କ ନାମରେ ଅଭିଯୋଗ କରିଥିଲେ ପରିବାର ।

ଏହା ମଧ୍ୟ ପଢ଼ନ୍ତୁ...ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ ସୋନାଲିଙ୍କ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଆଣି ଥାନାରେ ପଚାରାଉଚରା କରୁଥିବା ବେଳେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଓ ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଘଟଣାର ତଦନ୍ତ କରିଥିଲେ । ଗଣିଆ ପୋଲିସଙ୍କ ସହାୟତାରେ ରାଜନର ବେଲପଡାସ୍ଥିତ ନିଜସ୍ବ ଘରେ ଥିବା ଝିଅର ସମ୍ପତ୍ତି ଓ ଗଣିଆସ୍ଥିତ ଷ୍ଟେସନାରୀ ଦୋକାନରୁ କିଛି ଜିନିଷ ଝିଅର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ତଦନ୍ତରୁ କିଛି ସୁରାକ ମିଳିବା ପରେ ଗଣିଆ ପୋଲିସ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ରାଜନ କୁମାର ସାହୁଙ୍କ ସହିତ ସୋନାଲିଙ୍କ ଶାଶୁ ଓ ଶ୍ବଶୁରଙ୍କୁ ଦଫା ୪୯୮ A, ୩୦୨, ୩୦୪ B, ୩୪ IPC ଆଦି ଦଫାରେ ନୟାଗଡ଼ କୋର୍ଟକୁ ସ୍ଥାନାନ୍ତରିତ କରିଥିଲା । ତେବେ ସେଠାରେ ଜାମିନ ନାମଞ୍ଜରୁ ହେବାରୁ ତାଙ୍କୁ ଦଶପଲ୍ଲା ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.