ETV Bharat / state

ରଥ ନିର୍ମାଣ କରି ରେକର୍ଡ କଲେ କୁନି ଭକ୍ତ ଶୁଭ୍ରାଂଶୁ, ମେଡାଲ୍ ପାଇଁ ଅର୍ଥ ସାଜିଛି ବାଧକ

author img

By

Published : Jul 23, 2021, 10:48 PM IST

ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପକ୍କା କଲେ କୁନି ଭକ୍ତ ଶୁଭ୍ରାଂଶୁ । ଟଙ୍କା ପାଇଁ ରେକର୍ଡ ପାଇବାରୁ ହେଉଛନ୍ତି ବଞ୍ଚିତ । ଅଧିକ ପଢନ୍ତୁ...

ରଥ ନିର୍ମାଣ କରି ରେକର୍ଡ କଲେ କୁନି ଭକ୍ତ ଶୁଭ୍ରାଂଶୁ, ମେଡାଲ୍ ପାଇଁ ଅର୍ଥ ସାଜିଛି ବାଧକ
ରଥ ନିର୍ମାଣ କରି ରେକର୍ଡ କଲେ କୁନି ଭକ୍ତ ଶୁଭ୍ରାଂଶୁ, ମେଡାଲ୍ ପାଇଁ ଅର୍ଥ ସାଜିଛି ବାଧକ

ନୟାଗଡ଼: ଜଗନ୍ନାଥଙ୍କ କୁନି ଅନନ୍ୟ ଭକ୍ତ ଭାବେ ପରିଚିତ ନୟାଗଡ଼ ଜିଲ୍ଲା ରାଜସୁନାଖଳାର ଶୁଭ୍ରାଂଶୁ ନାଏକ ଛୋଟ ରଥ କରି ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପକ୍କା କରିଛନ୍ତି l ସେ ୩ ଛୋଟ ରଥ କରି ରେକର୍ଡ ପାଇଁ ଆବେଦନ କରିଥିଲେ l ନନ୍ଦିଘୋଷ ରଥ ଉଚ୍ଚତା 2.9 ଇଞ୍ଚ, ତାଳଧ୍ୱଜ ରଥ ଉଚ୍ଚତା ୩ ଇଞ୍ଚ ଏବଂ ସୁଭଦ୍ରା ରଥର ଉଚ୍ଚତା 2.8 ଇଞ୍ଚ l ଛୋଟ ରଥ କାଟାଗୋରୀରେ ସେ ନିଜ ନାମକୁ ରେକର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l

କିନ୍ତୁ ପରିତାପର ବିଷୟ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପକ୍କା କରିଥିଲେ ମଧ୍ୟ ସେଥିରୁ ପୁରସ୍କାର ସ୍ୱରୂପ ମେଡାଲ ଏବଂ ପ୍ରମାଣ ପତ୍ର ମିଳିପାରିବ ନାହିଁ l କାରଣ ପୁରସ୍କାର ଗ୍ରହଣ କରିବା ପାଇଁ ଆବଶ୍ୟକ ଥିବା ରେଜିଷ୍ଟ୍ରେସନ ଫିସ ପ୍ରାୟ 12 ହଜାର ଟଙ୍କା ଦେବା ବାଧ୍ୟତାମୂଳକ ରହିଛି l ଯାହା ଶୁଭ୍ରାଂଶୁଙ୍କ ପକ୍ଷରେ ସମ୍ଭବ ନୁହେଁ l ଅନ୍ୟପକ୍ଷରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପକ୍କା କରିବା ସହ ଖୁବଶୀଘ୍ର ମେଡାଲ ଏବଂ ପ୍ରମାଣ ପତ୍ର ଗ୍ରହଣ କରିବେ ସେ l ଏଥିପାଇଁ ଆବଶ୍ୟକ ୭ ହଜାର ଟଙ୍କା ଏବଂ ଶୁଭ୍ରାଂଶୁ ଏହା ଇଣ୍ଡିଆ ବୁକ ଅଫ ରେକର୍ଡ ବୋର୍ଡକୁ ଦେଇସାରିଛନ୍ତି l ଖୁବଶୀଘ୍ର ସେ ପୁରସ୍କାର ଗ୍ରହଣ କରିବେ l

ତେବେ କୁନି ଭକ୍ତଙ୍କର ପ୍ରତିଭା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ଏସିଆ ବୁକ ଅଫ ରେକର୍ଡରୁ ବଞ୍ଚିତ ହେଉଛନ୍ତି l ପ୍ରଶାସନ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ତରଫରୁ ଯଦି ଆର୍ଥିକ ସହାୟତା ମିଳିପାରନ୍ତା ତେବେ ଶୁଭ୍ରାଂଶୁ ଏସିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପକ୍କା କରିପାରନ୍ତେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.