ନୟାଗଡ଼: ନୟାଗଡ଼ରେ ଅଟୋ ଡ୍ରାଇଭରଙ୍କୁ ହତ୍ୟା ଅଭିଯୋଗ । ଟାଉନ ଥାନା ରତନପୁର ଗାଁ ଏକ ନିର୍ମାଣାଧିନ ଘରର ପାଣିଟାଙ୍କିରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । କେହି ହତ୍ଯାକରି ଫିଙ୍ଗିଦେଇଥିବା ଅଭିଯୋଗ ଅଣିଲେ ପରିବାର ଲୋକେ । ମୃତକ ଜଣକ ହେଉଛନ୍ତି ଲେଙ୍କୁଡିପଡା ଗାଁର ସରୋଜ ମହାନ୍ତି । ଏନେଇ ଟାଉନଥାନା ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରାଯାଇଛି ।
ତେବେ ଯୁବକଙ୍କ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ଜୁଆ ଖେଳକୁ କେନ୍ଦ୍ର କରି ସରୋଜଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏ ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ଖୁବଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ