ETV Bharat / state

ଉମରକୋଟ ବ୍ୟବସାୟୀ ସଂଘର ନିଷ୍ପତ୍ତି: ଶନିବାର ଓ ରବିବାର ବନ୍ଦ ରହିବ ମାର୍କେଟ - ଉମରକୋଟ ସହର ନ୍ୟୁଜ

ଦିନକୁ ଦିନ ଉମରକୋଟ ସହରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା ସହ କୌଣସି ସଟଡାଉନ ଘୋଷଣା ନ କରିବାରୁ ଆଜି ବ୍ୟବସାୟୀ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଂଘ ସଭାପତି ଦ୍ବାରିକାନାଥ ପାଣିଗ୍ରାହି ସୂଚନା ଦେଇଛନ୍ତି ।

ଉମରକୋଟ ବ୍ୟବସାୟୀ ସଂଘର ନିଷ୍ପତ୍ତି: ଶନିବାର ଓ ରବିବାର ବନ୍ଦ ରହିବ ମାର୍କେଟ

author img

By

Published : Sep 10, 2020, 9:59 AM IST

ନବରଙ୍ଗପୁର: ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ରଖିବାକୁ ନିଆଯାଇଛି ନିଷ୍ପତ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ୟବସାୟୀ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ଶେଷ ପର୍ଯ୍ୟନ୍ତ ସୋମବାର ଠାରୁ ଶୁକ୍ରବାର ସକାଳ ୭:୦୦ ଘଟିକା ଠାରୁ ଅପରାହ୍ନ ୨:୦୦ ଘଟିକା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଶନିବାର ଓ ରବିବାର ସପ୍ତାହକୁ 2ଦିନ ସହରର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବୁଧବାର ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।

ଉମରକୋଟ ବ୍ୟବସାୟୀ ସଂଘର ନିଷ୍ପତ୍ତି: ଶନିବାର ଓ ରବିବାର ବନ୍ଦ ରହିବ ମାର୍କେଟ

ବୁଧବାର ସ୍ଥାନୀୟ ଧର୍ମଶାଳା ଠାରେ ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦିନକୁ ଦିନ ଉମରକୋଟ ସହରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା ସହ କୌଣସି ସଟଡାଉନ ଘୋଷଣା ନକରିବାରୁ ଆଜି ବ୍ୟବସାୟୀ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଂଘ ସଭାପତି ଦ୍ବାରିକାନାଥ ପାଣିଗ୍ରାହି ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.