ETV Bharat / state

ଆଶାକର୍ମୀଙ୍କ ଜଘନ୍ୟ କାଣ୍ଡ: ଗର୍ଭବତୀଙ୍କୁ ସ୍ବାମୀଙ୍କ ଦ୍ବାରା କରାଇଲେ ଦୁଷ୍କର୍ମ, ନିଜେ କଲେ ଭିଡିଓ

ଚିକିତ୍ସା ଆଳରେ ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଆଶାକର୍ମୀଙ୍କ ସ୍ବାମୀ । ଭିଡିଓ ଉତ୍ତୋଳନ କରି ଭାଇରାଲ କରିବାକୁ ପୀଡିତାଙ୍କୁ ଧମକ ଦେଲେ ଆଶାକର୍ମୀ । ଅଧିକ ପଢନ୍ତୁ

ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଆଶାକର୍ମୀଙ୍କ ସ୍ବାମୀ

author img

By

Published : Mar 15, 2023, 1:19 PM IST

ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଆଶାକର୍ମୀଙ୍କ ସ୍ବାମୀ

ନବରଙ୍ଗପୁର: ଆଶାକର୍ମୀଙ୍କ ଜଘନ୍ୟ କାଣ୍ଡ । ଚିକିତ୍ସା ବାହାନାରେ ଗର୍ଭବତୀ ମହିଳାଙ୍କୁ ସାଙ୍ଗରେ ନେଇ ନିଜ ସ୍ବାମୀ ଦ୍ବାରା ଦୁଷ୍କର୍ମ କରାଇଲେ ଆଶାକର୍ମୀ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅଞ୍ଚଳରେ । ପୀଡିତା ୫ ମାସର ଗର୍ଭବତୀ ଥିବାବେଳେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ବାହାନାରେ ନିଜ ସହ ଡାକି ନେଇଯାଇଥିଲେ । ଏହାପରେ ସମ୍ପୃକ୍ତ ଗର୍ଭବତୀଙ୍କ ସହ ଦୁଷ୍କର୍ମ କରିବା ପାଇଁ ନିଜ ସ୍ବାମୀକୁ କହିଥିଲେ । ନିଜେ ଉପସ୍ଥିତ ରହି ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରିବା ସହ ଏକଥା କାହାରିକୁ ଜଣାଇଲେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏନେଇ ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁସାରେ, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ୫ ମାସର ଗର୍ଭବତୀ ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଅଭିଯୁକ୍ତ ଆଶା କର୍ମୀ କହିଥିଲେ । ଏହାପରେ ଗର୍ଭବତୀଙ୍କୁ ଚିକିତ୍ସା ବାହାନାରେ ସେ ନିଜ ପୁଅ ସହ ବାଇକରେ ନେଇଯାଇଥିଲେ । ହେଲେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଆଶାକର୍ମୀଙ୍କ ସ୍ବାମୀ ବାଟରେ ଛକି ରହିଥିଲା । ସେଠାରେ ପୁଅ ଗାଡିରୁ ଓହ୍ଲାଇ ସେ ଓ ତାଙ୍କର ସ୍ବାମୀ ସାଙ୍ଗରେ ହସ୍ପିଟାଲ ଯିବା ପାଇଁ ଗର୍ଭବତୀ ମହିଳାଙ୍କୁ କହିଥିଲେ । କିନ୍ତୁ ଅଭିଯୁକ୍ତ ଦମ୍ପତି ହସ୍ପିଟାଲ ନନେଇ ମହିଳାଙ୍କୁ ସହରର ଗୋଟିଏ ଘରକୁ ନେଇଯାଇଥିଲେ ।

ସେଠାରେ ଗର୍ଭବତୀ ମହିଳାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଆଶା କର୍ମୀ ନିଜ ସ୍ବାମୀକୁ କହିଥିଲେ । କେବଳ ଏତିକି ନୁହେଁ, ଅଭିଯୁକ୍ତ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ଘଟଣା ବାବଦରେ ଯଦି ପରିବାର ଲୋକଙ୍କ ସମ୍ମୁଖରେ ପ୍ରଘଟ କରନ୍ତି ତେବେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏହାକୁ ନେଇ ପୀଡିତା ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ଶେଷରେ କିଛି ଦିନ ପରେ ସେ ପରିବାର ଲୋକଙ୍କୁ ସବୁକଥା କହିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏନେଇ ପରିବାର ଲୋକେ ଖାତିଗୁଡା ଥାନାରେ ଏତଲା ଦାୟର କରିଛନ୍ତି । ପୀଡିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଡାକ୍ତରୀ ମାଇନା କରାଯିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ କୌଣସି ଶତ୍ରୁତା ଥିଲା ନା ଅନ୍ୟ କୌଣସି କାରଣ ପାଇଁ ଅଭିଯୁକ୍ତ ଆଶାକର୍ମୀ ଏଭଳି ସାଂଘାତିକ କାଣ୍ଡ ଘଟାଇଛନ୍ତି ସେନେଇ ପୋଲିସ ଖୋଳତାଡ କରୁଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.