ETV Bharat / state

ଲଗାଣ ବର୍ଷାରେ ଭୁଶୁଡିଲା ଘର କାନ୍ଥ, ଜଣେ ବୃଦ୍ଧ ମୃତ

author img

By

Published : Aug 3, 2019, 3:44 AM IST

ନବରଙ୍ଗପୁରରେ ଲଗାଣ ବର୍ଷା ଜାରି ରହିଛି । ଜିଲ୍ଲାର ଡାବୁଗାଁ ଥାନା ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦରଗୁଲା ଗ୍ରାମରେ ଅତ୍ୟଧିକ ବର୍ଷା ଯୋଗୁଁ ଭୁଶୁଡିଲା ମାଟିଘର କାନ୍ଥ । ଫଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଦକ୍ଷିଣ ଓଡିଶାରେ ଜାରି ରହିଛି ଲଗାଣ ବର୍ଷା । ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଡାବୁଗାଁ ଥାନା ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦରଗୁଲା ଗ୍ରାମରେ ଭିଷଣ ବର୍ଷା ହେବା ଯୋଗୁଁ ଜଣେ ବୃଦ୍ଧଙ୍କ ଘର କାନ୍ଥ ଭୁଶୁଡି ଯାଇଛି । ଫଳରେ ଉକ୍ତ ଘରେ ବାସ କରୁଥିବା ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ଜଣକ ହେଲେ ହନୁ ଗୌଡ (75) ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
କାନ୍ଥ ଭୁଶୁଡିବା ସମୟରେ ମୃତକ ହନୁ ସହ ସାଥିରେ ବସିଥିଲେ ତାଙ୍କ ପୁଅ ଆଇତୁ ଗୌଡ ଓ ଅନ୍ୟ ଜଣେ ସମ୍ପର୍କୀୟ । ଏହି ଅଘଟଣାରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ଡାବୁଗାଁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଶୁକ୍ରବାର ଦିନ ସାଢ଼େ 12 ଘଣ୍ଟ ସମୟରେ ଦରଗୁଲା ଗ୍ରାମର ହନୁ ଗୌଡ ଖାଇ ସାରିବା ପରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ଘର ମଧ୍ୟରେ ନିଆ ଲଗାଇ ବସିଥିଲେ ।

ତାଙ୍କ ସାଥିରେ ତାଙ୍କ ପୁଅ ଆଇତୁ ଓ ଜଣେ ସମ୍ପର୍କୀୟ ମଧ୍ୟ ବସିଥିଲେ । ତେବେ ଲଗାଣ ବର୍ଷାରେ ଦୁର୍ବଳ ହୋଇଯାଇଥିବା କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିବାରୁ ହନୁ ଗୌଡ ଉପରେ ପଡିଥିଲା । ଏଥିରେ ହନୁ ଗୁରୁତର ଆହତ ହୋଇଥିଲା । ତୁରନ୍ତ ପରିବାର ଲୋକେ 108 ଏମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ହନୁ ଗୌଡଙ୍କର ମୃତ୍ୟୁ ଘଟିଥିଲା । କାନ୍ଥ ପଡ଼ି ମୃତ୍ୟୁ ଘଟିଥିବା ଖବର ପାଇ ଡାବୁଗାଁ ଅତିରିକ୍ତ ତହସିଲଦାର ସୁବାଷ ପୂଜାରୀ, ରେଭେନ୍ୟୁ ସୁପର ଭାଇଜର ମଙ୍ଗଳୁ ବେଶରା, ତଥା ଅନ୍ୟ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଦେଇଥିଲା ।

ଏହାସହ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ । ମୃତ ହନୁ ଗୌଡ ଏକ ଗରିବ ପରିବାରର ହୋଇଥିବାରୁ ସରକାରଙ୍କ ତରଫରୁ ଉକ୍ତ ପରିବାରକୁ ଆର୍ଥିକ ସହାୟତା ସହ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବା ପାଇଁ ଦରଗୁଲା ଗ୍ରାମର ୱାର୍ଡ ମେମ୍ବର ଶିଙ୍ଗ ମାଝୀ, ମହାଦେବ ମାଝୀ ତଥା ଗ୍ରାମବାସୀ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଘର କାନ୍ଥ ପଡି ବୃଦ୍ଧ ର ମୃତ୍ୟୁ ।
ଫର୍ମାଟ - ଏଭିଓ, ୨/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା  ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦରଗୁଲା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା କ୍ରମରେ ଗତ କିଛିଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଦରଗୁଲା ଗ୍ରାମରେ ଏକ ଦୁର୍ବଳ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧ ର ମୃତ୍ୟୁ ଘଟିଛି . ମୃତ ବୃ ଦ୍ଧ ଜଣକ ହନୁ ଗୌଡ 75 . ତେବେ ମୃତକ ହନୁ ସହ ସାଥିରେ ବସିଥିବା ତା ପୁଅ ଆଇତୁ ଗୌଡ ଓ ଅନ୍ୟ ଜଣେ ସମ୍ପର୍କୀୟ ଥିବା ବେଳେ ସେମାନେ ଅଳ୍ପକେ ବର୍ତି ଯାଇଛନ୍ତି .   ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ଡାବୁଗାଁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି .  ଆଜି ଦିନ ସାଢ଼େ 12 ଘଣ୍ଟ ସମୟରେ ଦରଗୁଲା ଗ୍ରାମର ହନୁ ଗୌଡ 75 ଖାଇ ସାରିବା ପରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ଘର ମଧ୍ୟରେ ନିଆ ଲଗାଇ ବସିଥିଲା . ସାଥିରେ ତା ପୁଅ ଆଇତୁ ଓ ଜଣେ ସମ୍ପର୍କୀୟ ମଧ୍ୟ ବସିଥିଲେ . ତେବେ ଲଗାଣ ବର୍ଷାରେ ଦୁର୍ବଳ ହୋଇଯାଇଥିବା କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିବାରୁ ହନୁ ଗୌଡ ଉପରେ ପଡିଥିଲା ଏଥିରେ ହନୁ ଗୁରୁତର ଆହତ ହୋଇଥିଲା . ତୁରନ୍ତ ପରିବାର ଲୋକେ 108 ଏମ୍ବୁଲାନ୍ସ କୁ ଫୋନ୍ କରିଥିଲେ . କିନ୍ତୁ ଅଳ୍ପ ସମୟ ମଧ୍ୟରେ ହନୁ ଗୌଡ ର ମୃତ୍ୟୁ ଘଟିଥିଲା . କାନ୍ଥ ପଡ଼ି ମୃତ୍ୟୁ ଘଟିଥିବା ଖବର ପାଇ ଡାବୁଗାଁ ଅତିରିକ୍ତ ତହସିଲଦାର ସୁବାଷ ପୂଜାରୀ  ,   ରେଭେ ନ୍ୟୁ ସୁପର ଭାଇଜର ମଙ୍ଗଳୁ ବେଶରା, ତଥା ଅନ୍ୟ କର୍ମଚାରୀ  ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଦେବା ସହ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ  .  ମୃତ  ହନୁ ଗୌଡ ଏକ ଗରିବ ପରିବାରର ହୋଇଥିବାରୁ ସରକାରଙ୍କ ତରଫରୁ ଉକ୍ତ ପରିବାରକୁ ଆର୍ଥିକ ସହାୟତା ସହ ଆବାସ ଯୋଜନାରେ ଘର ଟିଏ ଯୋଗାଇ ଦେବା ପାଇଁ ଦରଗୁଲା ଗ୍ରାମର ୱାର୍ଡ ମେମ୍ବର ଶିଙ୍ଗ ମାଝୀ , ମହାଦେବ ମାଝୀ ତଥା ଗ୍ରାମବାସୀ କହିଛନ୍ତି . Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.