ETV Bharat / state

ନବରଙ୍ଗପୁର ଜିଲ୍ଲାରେ 43 କୋରୋନା ଆକ୍ରାନ୍ତ ଚିହ୍ନଟ - corona positive

ନବରଙ୍ଗପୁର ଜିଲ୍ଲାରେ ଆଉ 43 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପାପଡାହାଣ୍ଡି ବ୍ଲକରୁ ସର୍ବାଧିକ 11 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ପୁଣି 43 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 28, 2020, 10:56 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି 43 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପାପଡାହାଣ୍ଡି ବ୍ଲକରୁ ସର୍ବାଧିକ 11 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ନନ୍ଦାହାଣ୍ଡି ବ୍ଲକରୁ 8ଜଣ, ନବରଙ୍ଗପୁର ପୌରାଅଞ୍ଚଳରୁ 6 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ପୁଣି 43 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରେ ପୁଣି 43 କୋରୋନା ଆକ୍ରାନ୍ତ ଚିହ୍ନଟ

ସେହିଭଳି କୋଷାଗୁମୁଡା ଓ ଚନ୍ଦାହାଣ୍ଡି ବ୍ଲକରୁ 4 ଜଣ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଡାବୁଗାଁ ବ୍ଲକରୁ 3 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉମରକୋଟ ପୌରାଞ୍ଚଳ ଓ ଉମରକୋଟ ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଆଜି(ବୁଧବାର)ର ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 5 ହଜାର 213 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 4 ହଜାର 770 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ 408 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ 331 ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 87,941 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ରାଜ୍ୟରେ କୋରୋନା ସଂକ୍ରମଣ କମିବାରେ ଲାଗିଛି। ତେବେ ଏବେ ବି ଲୋକଙ୍କୁ କୋରୋନା ଭାଇରସକୁ ନେଇ ସଚେତନ ରହିବାକୁ ରାଜ୍ୟ ସରକାର ବାରମ୍ବାର ସଚେତନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ 1284 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.