ETV Bharat / state

BJD ଶାସନରେ ବଢିଛି ଅପରାଧ, ମିଳୁଛି ବଡବଡିଆଙ୍କ ପ୍ରଶୟ କହିଲା ବିଜେପି - ବିଜେପି ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର ଜିଲ୍ଲାରେ ଦିନକୁ ଚୋରି, ଡକାୟତି ବଢିବାକୁ ଲାଗିଛି । ଜିଲ୍ଲା ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଶାସନରେ ଜିଲ୍ଲାରେ ଅପରାଧ ବଢିଥିବା କହିଛି । ଅଧିକ ପଢନ୍ତୁ

BJD ଶାସନରେ ବଢିଛି ଅପରାଧ
nabarangpur bjp pressmeet
author img

By

Published : May 11, 2023, 10:19 PM IST

nabarangpur bjp pressmeet

ନବରଙ୍ଗପୁର: ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଲା ନବରଙ୍ଗପୁର ଜିଲ୍ଲା ବିଜେପି । ବିଜେଡି ଶାନରେ ଜିଲ୍ଲାରେ ଡକାୟତ, ଚୋରି ରାହାଜାନି ବଢିଛି । ନିକଟରେ ଡକାୟତି ଉଦ୍ୟମ କରି ଗିରଫ 9 ଜଣ ସେମାନଙ୍କ ମଧ୍ୟରେ ଥିବା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକଙ୍କ ଗିରଫକୁ ନେଇ ବିଜେପି ସମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଉପରେ ବର୍ଷିଛି ।

ଡ଼କାୟତି ଉଦ୍ୟମ ଯୋଜନା ଅଭିଯୋଗରେ ଗିରଫ ଜିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକଙ୍କୁ ନେଇ ନବରଙ୍ଗପୁର ରାଜନୀତି ସରଗରମ ହୋଇଛି । ଜିଲ୍ଲା ବିଜେପିର ଟାର୍ଗେଟରେ ରହିଛନ୍ତି ନବରଙ୍ଗପୁର ବିଧାୟକ । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି । ବିଜେପି ନେତା ଗୌରୀ ମାଝୀ ସମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଛତ୍ରଛାୟା ତଳେ ଡକାୟତି ଗ୍ୟାଙ୍କ୍ ଚାଲିଥିବା ଅଭିଯୋଗ ଆଣିଛନ୍ତି । ବିଭିନ୍ନ ଠିକାଦାର ବିଲ୍ଡର ସରକାରୀ କର୍ମଚାରୀ ଏବଂ ବଡ଼ ବଡ଼ ବ୍ୟବ୍ୟସାୟୀଙ୍କ ଠାରୁ ବଟି ଆଦାୟ କରି ବିଜୁ ଜନତା ଦଳକୁ ଫଣ୍ଡିଙ୍ଗ କରୁଥିବା ଅଭିଯୋଗ କରିଛି ନବରଙ୍ଗପୁର ବିଜେପି ।

ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବଣିଆ ସ୍ଥିତ ମା ଭଣ୍ଡାର ଘରଣୀ ନାମକ ଏକ କାଜୁ ମିଲରେ ଡକାୟତି ଉଦ୍ୟମ ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଚିଲିଗୁଡା ସ୍ଥିତ ଏକ ଆମ୍ବ ବାଡ଼ ମଧ୍ୟରୁ ପୋଲିସ ୯ ଜଣ ଡକାୟତଙ୍କୁ ଗିରଫ କରିଥିଲା । ଏ ନେଇ ଗତ ୮ ତାରିଖ ଦିନ ନବରଙ୍ଗପୁର ଏସପି ଏସ ସୁଶ୍ରୀ ସୂଚନା ଦେଇଥିଲେ । ଏଥିସହ ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଅନେକ ଡକାୟତି ଯୋଜନାରେ ସଂଶ୍ଳିଷ୍ଟ ଥିବା ଓ ବିଭିନ୍ନ ଠିକାଦାରଙ୍କୁ ଧମକ ଦେଉଥିବା ନେଇ ଏସପି କହିଥିଲେ। ଏଥିସହ ଏହି ଡକାୟତ ମାନଙ୍କ ନାମରେ ଜିଲ୍ଲା ତଥା ପୋଡ଼ଶୀ ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧୀକ ମାମଲା ରହିଥିବା ଜଣାପଡିଥିଲା । ୯ ଜଣ ଦୁର୍ବୁତ୍ତଙ୍କ ମଧ୍ୟରୁ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମର ବାବୁନି ନାୟକ ନାମକ ଜଣେ ଯୁବକ ଗିରଫ ହୋଇଛନ୍ତି । ବାବୁନି ନାୟକ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ । ବିଧାୟକ ପ୍ରଧାନୀଙ୍କ ସହ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେପି ।

ବିଧାୟକଙ୍କୁ ନିଜ ଗାଡି ର ପଛରେ ବସାଇ ନିର୍ବାଚନ ମଣ୍ଡଳିରେ ବୁଲାଉ ଥିବାର ଫୋଟ ଦେଖାଇ ବିଧାୟକଙ୍କ ଛତ୍ରଛାୟାରେ ରହି ବିଭିନ୍ନ ବିଲ୍ଡର, ଠିକାଦାର , ମାନଙ୍କଠାରୁ ବଟି ଆଦାୟ କରି ବିଜେଡି ପାଇଁ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗ ଆଣିଛନ୍ତି ଜିଲ୍ଲା ବିଜେପି ନେତା ଗୌରୀ ମାଝୀ । ବିଧାୟକଙ୍କ ବ୍ୟତୀତ ଜିଲ୍ଲା ବିଜେଡିର ଅନେକ ଆଗଧାଡ଼ିର ନେତାଙ୍କ ସହ ମଧ୍ୟ ବାବୁନ ଙ୍କ ସମ୍ପର୍କ ରହିଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେପି । ବାବୁନି ନାୟକଙ୍କ ସହିତ ବିଧାୟକଙ୍କ ସମ୍ପର୍କ ସମୀକ୍ଷା କରି ପରବର୍ତ୍ତୀ ସମୟରେ ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି ବିଜେପି । ଏନେଇ କୌଣସି ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ବି ପଢନ୍ତୁ...ପୋଲିସ ହାତରେ ଧରା ପଡିଲେ 9 ଜଣ ଡକାୟତ, ମାରଣାସ୍ତ୍ର ଜବତ

ପ୍ରକାଶଥାଉ କି, ମେ 8 ତାରିଖରେ ନବରଙ୍ଗପୁର ପୋଲିସକୁ ଏକ ବଡ ସଫଳତା ମିଳିଥିଲା । କିଛିମାସ ଧରି ଜିଲ୍ଲାରେ ଅପରାଧ ବଢୁଥିବା ବେଳେ ପୋଲିସ 9ଜଣ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ବିଭିନ୍ନ ଥାନାରେ ସେମାନଙ୍କ ନାମରେ ଅପରାଧିକ ମାମଲା ରହିଛି । ଗିରଫ 9ଜଣ ଗରିଫଙ୍କ ମଧ୍ୟରେ ଜଣେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଥିବା କହିଛି ବିଜେପି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.