ନବରଙ୍ଗପୁର: ଗତ ତିନି ଦିନ ଧରି ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଏଥିରେ ଦକ୍ଷିଣ ଓଡିଶା ବେଶ ପ୍ରଭାବିତ ହୋଇଛି । ସେପଟେ ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ଜିଲ୍ଲା । ଭିଷଣ ବର୍ଷା ଯୋଗୁଁ ଜିଲ୍ଲାର ବହୁ ଲୋକଙ୍କ ଘର ଦ୍ଵାରା ଭାଙ୍ଗି ଧନ ଜୀବନ ନଷ୍ଟ ହୋଇଛି । ତେଣୁ ଏହି ବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଛି ହାଲେଲୁୟା ମିନିଷ୍ଟ୍ରି ନବରଙ୍ଗପୁର ଶାଖା।
ହାଲେଲୁୟା ମିନିଷ୍ଟ୍ରୀର କର୍ମକର୍ତ୍ତାମାନେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବିପର୍ଯ୍ୟୟ ଅଞ୍ଚଳକୁ ଯାଇ ଘର ଘର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଏହାସହ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିବା ବେଳେ ମଙ୍ଗଳବାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତରେ ରିଲିଫ ବାଣ୍ଟିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଘରଦ୍ଵାର ଭାଙ୍ଗିବା ସହ ସେମାନଙ୍କୁ ଟାରପଲିନ, ପୋଲିଥିନ, ରୁଟି, ବିସ୍କୁଟ, ଖାଇବା ସାମଗ୍ରୀ ଆଦି ସାହାଯ୍ୟ ପ୍ରଦାନ କରିଛନ୍ତି ।
ଏହି ସମସ୍ତ ସାମଗ୍ରୀ ପାଇ କ୍ଷତିଗ୍ରସ୍ତ ଲୋକେ ଅତ୍ୟଧିକ ଖୁସି ହୋଇ ହଲେଲୁୟା ମିନିଷ୍ଟ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଅସୁବିଧା ଓ ବିପର୍ଯ୍ୟୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ହାଲେଲୁୟା ମିନିଷ୍ଟ୍ରୀର ଆବାହକ ତିମଥି ଛିଞ୍ଚାଣି କହିଛନ୍ତି।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ