ETV Bharat / state

ନବରଙ୍ଗପୁରରେ ଚାଇଲ୍ଡ ଲାଇନର ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ, ଉପକୃତ 800 ଛାତ୍ରଛାତ୍ରୀ

author img

By

Published : Nov 25, 2020, 5:01 PM IST

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ରାଣିଷୋଲା ଗ୍ରାମରେ 'ହେଲ୍ପ ଏ ଚାଇଲ୍ଡ' ସଂସ୍ଥା ତରଫରୁ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

nabarangpur
ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ନବରଙ୍ଗପୁର: କୋରୋନାର ଦ୍ବିତୀୟ ୱେଭ ଦେଖି ବର୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦେଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇ ଥିବାବେଳେ କେଉଁଠି ନା କେଉଁଠି ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଯାହାକୁ ଦେଖି ନବରଙ୍ଗପୁରରେ ଚାଇଲ୍ଡ ଲାଇନ ତରଫରୁ ଆରମ୍ଭ ହୋଇଛି ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ।

nabarangpur
ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ରାଣିଷୋଲା ଗ୍ରାମରେ 'ହେଲ୍ପ ଏ ଚାଇଲ୍ଡ' ସଂସ୍ଥା ତରଫରୁ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ଡ଼ିସିପିଓ ସୁରେଶ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢାଇବା ସହ ଅନଲାଇନ ମାଧ୍ୟମରେ ଶିକ୍ଷାଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି ।

ବର୍ତମାନ କୋରୋନା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଠପ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ବନ୍ଦ ରହିଥିବାରୁ ପାଠପଢାରେ ଏକ ପ୍ରକାର ଡୋରି ଲାଗି ଯାଇଛି । ତେଣୁ ହେଲ୍ପ ଏ ଚାଇଲ୍ଡ ତରଫରୁ ଅନଲାଇନ ଶିକ୍ଷା ଛାତ୍ରଛାତ୍ରୀଙ୍କ ପାଠପଢାରେ ସହାୟକ ହେବ।

କାର୍ଯ୍ୟକ୍ରମରେ କିଶୋର ବାବୁ, ଅଜିତ କୁମାର ମନବୋଧ, ଗଜପତି ଲିମା, ଉଚିତ କୁମାର ସିଂ ପ୍ରମୁଖ ହେଲ୍ପ ଏ ଚାଇଲ୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ। ଅଗାମି ଦିନରେ ସଂସ୍ଥା ନବରଙ୍ଗପୁର ଓ ପାପଡାହାଣ୍ଡି ବ୍ଲକର ୧୨ ଗୋଟି ଗ୍ରାମରେ ଅନଲାଇନ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଥିବାବେଳେ ପାଖାପାଖି ୮୦୦ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇ ପାରିବେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.