ETV Bharat / state

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

author img

By

Published : Dec 31, 2020, 7:20 AM IST

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଥାନାରେ ଅଟକ

ରାଇରଙ୍ଗପୁର: ବିଭତ୍ସ ହତ୍ୟାକାଣ୍ଡ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମହିଳାଙ୍କ ସ୍ବାମୀକୁ ପୋଲିସ ଥାନାରେ ଅଟକ ରଖିଛି। ତେବେ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି।

ବେହେରାସାହିର ଘାସିରାମ ମାରାଣ୍ଡିଙ୍କ ସ୍ତ୍ରୀ ଚକଜ୍ ମାରାଣ୍ଡିଙ୍କୁ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ତାଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ନିଜ ଘରେ ହତ୍ୟା କରିଥିବାର ଅନୁମାନ କରୁଛି ପୋଲିସ । ଘରେ ସ୍ବାମୀ ଓ ସ୍ତ୍ରୀ ରହୁଥିବା ବେଳେ ରାତି ରେ ସ୍ତ୍ରୀ କୁ ହତ୍ୟା କରାଯାଇ ଘର ଠାରୁ ଘୋଷାଡି ଘୋଷାଡି ପ୍ରାୟ ୫୦୦ ମିଟର ଦୂରରେ ଫୋପାଡି ଦିଆଯାଇଛି। ତେବେ ଘର ଠାରୁ ମୃତଦେହ ପଡିଥିବା ସ୍ଥାନ ପର୍ଯ୍ୟନ୍ତ ରକ୍ତ ପଡିଥିବା ଦେଖିବାକୁ ମିଳିଛି।

ସକାଳେ ସାହି ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିବାକୁ ପାଇ ଠାକୁରମୁଣ୍ଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ସନ୍ଦେହରେ ସ୍ବାମୀ ଘାସିରାମକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ଘଟଣାସ୍ଥଳକୁ କରଞ୍ଜିଆ ଏସଡିପିଓ ସମେତ ସାଇଣ୍ଟିଫିକ୍ ଟିମ୍ ଓ ଠାକୁରମୁଣ୍ଡା ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.