ETV Bharat / state

କରଞ୍ଜିଆରେ ଏକକାଳୀନ 3ଟି ଶିଶୁ ଜନ୍ମ ଦେଲେ ମହିଳା - କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଜଣେ ମହିଳା ଡାକ୍ତରଖାନାରେ 3ଟି ସନ୍ତାନ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ...

କରଞ୍ଜିଆରେ ବିରଳ ଦୃଶ୍ୟ, ଏକାସହ 3ଟି ସନ୍ତାନ ଜନ୍ମ ଦେଲେ ମହିଳା

author img

By

Published : Jun 9, 2020, 6:34 PM IST

ରାଇରଙ୍ଗପୁର: ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାସହ ତିନୋଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି ଜଣେ ମହିଳା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଦୃଶ୍ୟ ।

କରଞ୍ଜିଆରେ ବିରଳ ଦୃଶ୍ୟ, ଏକାସହ 3ଟି ସନ୍ତାନ ଜନ୍ମ ଦେଲେ ମହିଳାକରଞ୍ଜିଆରେ ବିରଳ ଦୃଶ୍ୟ, ଏକାସହ 3ଟି ସନ୍ତାନ ଜନ୍ମ ଦେଲେ ମହିଳା

ଚଢେଇଭୋଳ ଗ୍ରାମର ରବୀନ୍ଦ୍ର ନାଥ ବେହେରାଙ୍କ ସ୍ତ୍ରୀ ଅମ୍ବିକା ନାଏକ ମଙ୍ଗଳବାର ଦିନ ୧୦ଟି ୪୦ରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଗୋଟିଏ ପରେ ଗୋଟିଏ ତିନୋଟି ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ତିନି ଜଣ ନବଜାତ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଡାକ୍ତର । ନବଜାତଙ୍କ ମଧ୍ୟରୁ ଜଣେ ଶିଶୁପୁତ୍ର ଥିବା ବେଳେ ଅନ୍ୟ ଦୁଇ ଜଣ ଶିଶୁକନ୍ୟା ଥିବା ଜଣାପଡ଼ିଛି ।

ଶିଶୁମାନଙ୍କ ସ୍ବାଭାବିକଠାରୁ ଓଜନ କମ ଥିବାରୁ ଏମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତେବେ ମା' ସହିତ ତିନୋଟି ଶିଶୁ ସୁସ୍ଥ ଥିବା ବେଳେ ଏପରି ଏକ ବିରଳ ଘଟଣା ଦେଖିବା ପାଇଁ କରଞ୍ଜିଆ ଡାକ୍ତରଖାନାରେ କିଛି ସମୟ ପାଇଁ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.