ETV Bharat / state

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା: କଟାମୁଣ୍ଡ ଧରି ଆତ୍ମସମର୍ପଣ କଲା ଅଭିଯୁକ୍ତ

author img

By

Published : Jun 15, 2020, 4:50 PM IST

Updated : Jun 15, 2020, 6:06 PM IST

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କରକଚିଆ ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ମହିଳାଙ୍କୁ ହତ୍ୟା ପରେ ମହିଳାଙ୍କ କଟାମୁଣ୍ଡ ଧରି ଖୁଣ୍ଟା ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ ।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା:  କଟାମୁଣ୍ଡ ଧରି ଆତ୍ମ ସମର୍ପଣ କଲା ଅଭିଯୁକ୍ତ

ବାରିପଦା: ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛି ମଣିଷ । ଆଜି ପୁଣି ମଣିଷ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ନେଇଛି ଜୀବନ । ମୟୂରଭଞ୍ଜ ଜିଲ୍ଲାରେ ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ନୂଆ ନୁହେଁ । ତେବେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟାପରେ କଟାମୁଣ୍ଡ ଧରି ସିଧା ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏଭଳି ଏକ ବର୍ବର କାଣ୍ଡ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କରକଚିଆ ଗ୍ରାମରେ ।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା: କଟାମୁଣ୍ଡ ଧରି ଆତ୍ମସମର୍ପଣ କଲା ଅଭିଯୁକ୍ତ

ସୂଚନାନୁଯାୟୀ, କରକଚିଆ ଗ୍ରାମର ବୁଧୁରାମ ସିଂ ସେହି ଗାଁର ଚମ୍ପା ସିଂଙ୍କୁ ଡାହାଣୀ ସନ୍ଦେହରେ ଟାଙ୍ଗିଆରେ ହାଣି ମହିଳାଙ୍କ ମୁଣ୍ଡ ଅଲଗା କରିଛି । ମହିଳାଙ୍କ ହତ୍ୟା ପରେ କଟାମୁଣ୍ଡକୁ ଏକ ଅଖାରେ ଧରି ସିଧା ଥାନାରେ ଆତ୍ମସମର୍ପଣ କରିଛି ।

ଆତ୍ମସମର୍ପଣକାରୀ ବୁଧୁରାମଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ଦୀର୍ଘ ଦିନ ହେବ ଅସୁସ୍ଥ ପରେ ପ୍ରାଣ ହରାଇଥିଲେ । ଝିଅକୁ ମହିଳା ଜଣଙ୍କ ଗୁଣିଗାରେଡି କରିବା ପରେ ଝିଅର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରି ହତ୍ୟା କରିଛି ବୋଲି କହିଛି ହତ୍ୟାକାରୀ । ତେବେ କଟାମୁଣ୍ଡ ସହ ଅଭିଯୁକ୍ତଙ୍କୁ ଦେଖି ଲୋକେ ଭୟଭୀତ ହୋଇଥିଲେ । ଖୁଣ୍ଟା ପୋଲିସ କଟାମୁଣ୍ଡ ସହ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 15, 2020, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.