ETV Bharat / state

ଗଛ କାଟୁଥିବାବେଳେ ଖସିପଡି ଯୁବକ ମୃତ - The young man dead

ଗଛ କାଟୁଥିବା ବେଳେ ଗଛରୁ ପଡି ଯୁବକ ମୃତ, ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମୋରଡ଼ା ଗାଁରେ । ପଢନ୍ତୁ ଅଧିକ....

ଗଛ କାଟୁଥିବା ବେଳେ ଖସିପଡି ଯୁବକ ମୃତ
ଗଛ କାଟୁଥିବା ବେଳେ ଖସିପଡି ଯୁବକ ମୃତ
author img

By

Published : Nov 19, 2020, 10:39 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମୋରଡ଼ା ଗାଁରେ ଅଘଟଣ । ଗଛ କାଟୁଥିବାବେଳେ ଗଛରୁ ପଡି ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ମୋରଡ଼ା ଗ୍ରାମର ସୁଶାନ୍ତ ଦେହୁରୀ ।

ସୂଚନା ଅନୁଯାୟୀ ହରିଜନ ସାହିର ହରେନ୍ଦ୍ର ମୁଖିଙ୍କ ବାଡ଼ିରେ ଥିବା ଏକ ଚୁରୁଡ଼ା ଗଛକୁ କିଣିଥିଲେ ସୁଶାନ୍ତ ଦେହୁରୀ । ତେବେ ଆଜି ଗଛର ପ୍ରାୟ ୫୦ ଫୁଟରୁଉର୍ଦ୍ଧ୍ବକୁ ଚଢି ସେ ଡାଳ କାଟୁଥିବାବେଳେ ଅଚାନକ ଖସି ପଡିଥିଲେ । ତଳେ ଥିବା ଏକ ପଥରରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଲାଗିବାରୁ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ଗଛ କାଟୁଥିବା ବେଳେ ଖସିପଡି ଯୁବକ ମୃତ

ମୃତକ ସୁଶାନ୍ତଙ୍କ ପରିବାର ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ତୁରନ୍ତ ତାଙ୍କୁ ପରିବାର ମଙ୍ଗଳ ଯୋଜନାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ରହିଥିବା ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଖବରପାଇ ମୋରଡ଼ା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.