ETV Bharat / state

କୋଭିଡ-19 ଗାଡ଼ିରେ ଚୋରା କାଠ ଚାଲାଣ, ତିନି ଗିରଫ - କୋରୋନା

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ 01ନଂ ୱାର୍ଡରେ କୋଭିଡ-19 ଷ୍ଟିକର ଲଗାଇ ପିକଅପ ଭ୍ୟାନ ଯୋଗେ ଚୋରା କାଠପଟା ଚାଲାଣ ହେଉଥିଲା। ବନବିଭାଗ ପିକଅପ ଭ୍ୟାନକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

Smuggled wood was kept in Kavid-19 vehicle, 3 arrested
କଭିଡ-19 ଗାଡ଼ିରେ ଚୋରା କାଠ ଚାଲାଣ, ତିନି ଗିରଫ
author img

By

Published : May 14, 2020, 6:53 PM IST

ରାଇରଙ୍ଗପୁର: କୋରୋନା ପାଇଁ ସାରାଦେଶ ବର୍ତ୍ତମାନ ଲକଡାଉନ । ଆଉ ଏହାର ଫାଇଦା ଉଠାଉଛନ୍ତି ଚୋରା କାଠ ବେପାରୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ 01ନଂ ୱାର୍ଡ କରଡିହା ନିକଟରେ ଆଜି ଦିନ 12ଟା ସମୟରେ ଏକ କୋଭିଡ-19 ଷ୍ଟିକର ଲଗାଇ ପିକଅପ ଭ୍ୟାନ ଯୋଗେ ଚୋରା କାଠପଟା ଠାକୁରମୁଣ୍ଡା ଅଭିମୁଖେ ଚାଲାଣ ହେଉଥିଲା।

କଭିଡ-19 ଗାଡ଼ିରେ ଚୋରା କାଠ ଚାଲାଣ, ତିନି ଗିରଫ

ତେବେ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଚଢ଼ାଉ କରି ଗାଡିଟିକୁ ଧରିବାରେ ସଫଳ ହୋଇଥିଲେ ଓ କରଞ୍ଜିଆ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବନବିଭାଗ ପିକଅପ ଭ୍ୟାନ ଓ ମୂଲ୍ୟବାନ କାଠପଟା ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଜବତ ହୋଇଥିବା ପିଆଶାଳ କାଠପଟାର ଆନୁମାନିକ ମୂଲ୍ୟ ୨ ଲକ୍ଷ ପଚାଶ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ତରଫରୁ ଅନୁମାନ କରାଯାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.