ETV Bharat / state

ସାମ୍ବାଦିକ ଆକ୍ରମଣ ଘଟଣାକୁ ନିନ୍ଦା: ମୟୂରଭଞ୍ଜ ସାମ୍ବାଦିକ ସଂଘର ବିକ୍ଷୋଭ ପ୍ରଦର୍ଶନ

author img

By

Published : Dec 30, 2019, 2:14 PM IST

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Reporter attack
ସାମ୍ବାଦିକ ଆକ୍ରମଣ ଘଟଣାକୁ ନିନ୍ଦା

ବାରିପଦା: ତେଜିବାରେ ଲାଗିଛି ଭୁବନେଶ୍ବର ସପିଂ ମଲରେ ହୋଇଥିବା ମହିଳା ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା । ଏହି ଘଟଣାକୁ ନିନ୍ଦା କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛି ମୟୂରଭଞ୍ଜ ସାମ୍ବାଦିକ ସଂଘ ।

ସଂଘ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳା ସାମ୍ବାଦିକଙ୍କ ଉପରେ ହୋଇଥିବା ମରଣାନ୍ତକ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତକୁ ଗିରଫ ଦାବି ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସାମ୍ବାଦିକ ଆକ୍ରମଣ ଘଟଣାକୁ ନିନ୍ଦା

ଡିସେମ୍ବର ୨୮ରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ମହିଳା ସାମ୍ବାଦିକଙ୍କୁ ଏସ୍‌ପ୍ଲାନେଡ୍‌ ମଲରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ଆନ୍ଦୋଳନ ପରେ କମିଶନରେଟ ପୋଲିସ ରବିବାର ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି। ସାମ୍ବାଦିକଙ୍କ ପ୍ରତି ଦିନକୁ ଦିନ ଆକ୍ରମଣ ବଢ଼ୁଥିବାରୁ ଏ ନେଇ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ଜରୁରୀ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ମହିଳା ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣାରେ ନିନ୍ଦା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କୁ ଦାବିକଲା ମୟୁରଭଞ୍ଜ ସାମ୍ବାଦିକ ସଂଘBody:ଓଡ଼ିଶାରେ ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ତେବେ ଡିସେମ୍ବର ୨୮ତାରିଖରେ ପୁଣି ଖବର ସଂଗ୍ରହ ପାଇଁ ଆସିଥିବା ଜଣେ ମହିଳା ସାମ୍ବାଦିକଙ୍କୁ ଏସ୍‌ପ୍ଲାନେଡ୍‌ ମଲରେ ମରଣାନ୍ତକ ଆକ୍ରମଣ ହୋଇଛି। ରାଜ୍ୟବ୍ୟାପୀ ସାମ୍ବାଦିକ ଙ୍କ ଆନ୍ଦୋଳନ ପରେ କମିଶନରେଟ ପୋଲିସ ଗତକାଲି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି। ସାମ୍ବାଦିକଙ୍କ ପ୍ରତି ଦିନକୁ ଦିନ ଆକ୍ରମଣ ବଢ଼ୁଥିବାରୁ ଏ ନେଇ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ଜରୁରୀ ବୋଲି କହିଛନ୍ତି ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି। ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏ ନେଇ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱରରେ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନିନ୍ଦା କରାଯିବା ସହ ଆକ୍ରମଣ ଘଟଣା ରେ ଥିବା ଅନ୍ୟ ଅଭିଯୁକ୍ତକୁ ଗିରଫ ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟଶରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ବାଇଟ-୧-ବିଭୁଦତ୍ତ ଦାସ-ସଭାପତି-ମୟୁରଭଞ୍ଜ ସାମ୍ବାଦିକ ସଙ୍ଘ
ବାଇଟ-୨-ସୌମ୍ୟରଂଜନ ପଟ୍ଟନାୟକ-ସାମ୍ବାଦିକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.