ETV Bharat / state

ସ୍ବଚ୍ଛ ଭାରତ ମିଶନରେ ଦୁର୍ନୀତି: ହାତ ମାରୁ ମାରୁ ଶୌଚାଳୟ କାନ୍ଥରୁ ଖସୁଛି ସିମେଣ୍ଟ

ସ୍ବଚ୍ଛ ଭାରତ ମିଶନ ଜରିଆରେ ବାହ୍ୟ ମଳମୂତ୍ର ମୁକ୍ତ ଗାଁ ଓ ସହର କରିବା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କୁ ଶୌଚାଳୟ ଯୋଗାଇ ଦେଇଛନ୍ତି । ସ୍ବଚ୍ଛ ଭାରତ ନିୟମାନୁଯାୟୀ ଶୌଚାଳୟ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବହଳଦା ବ୍ଲକର ବଡ଼ପଳସା ଗାଁରୁ ଅଭିଯୋଗ ହୋଇଛି ।

author img

By

Published : Sep 28, 2019, 3:06 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଭାରତ ବର୍ଷକୁ ସ୍ବଚ୍ଛ ନିର୍ମଳ ଓ ପରିଷ୍କାର ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସ୍ବଚ୍ଛ ଭାରତ ମିଶନ ସାରା ଭାରତ ବର୍ଷରେ ଲାଗୁ କରାଯାଇଛି । ଏହି ସ୍ବଚ୍ଛ ଭାରତ ମିଶନ ଜରିଆରେ ବାହ୍ୟ ମଳମୂତ୍ର ମୁକ୍ତ ଗାଁ ଓ ସହର କରିବା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କୁ ଶୌଚାଳୟ ଯୋଗାଇ ଦେଇଛନ୍ତି । ଏହି ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ସ୍ବଚ୍ଛ ଭାରତ ନିୟମାନୁଯାୟୀ ଶୌଚାଳୟ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବହଳଦା ବ୍ଲକର ବଡ଼ପଳସା ଗାଁରୁ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ବଡ଼ପଳସା ଗାଁରେ ହାରାହାରି ୧୫୦ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ମିଳିଛି ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ଶୌଚାଳୟ । ହେଲେ ଏହି ଶୌଚାଳୟ ଗୁଡିକ ଅତି ନିମ୍ନ ମାନର ନିର୍ମାଣ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏକଥା ଗାଁ ଲୋକେ କି ଆମେ ନୁହେଁ ଏ ଦୃଶ୍ୟ କହୁଛି । ହାତ ମାରୁ ମାରୁ ଖସିଯାଉଛି ସିମେଣ୍ଟ । କେତେବେଳେ ବି ପୁରା ଘରଟି ଭୁଷୁଡିପଡିବ ତାହା କେହି କହିପାରିବେନି । ତେବେ କାନ୍ଥ ଭୁଷୁଡିବାରୁ ଶୌଚାଳୟ ବ୍ୟବହାର କରୁଥିବା ହିତାଧିକାରୀମାନେ ବି ଆହତ ହୋଇଥିବା ସୂଚନା ରହିଛି ।

କେବଳ ଆରତୀ ନୁହଁନ୍ତି ଗାଁର ପ୍ରାୟ ୧୫୦ ଲୋକଙ୍କୁ ସ୍ବଚ୍ଛ ଭାରତ ମିଶନ ଅଭିଯାନ ଜରିଆରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ଶୌଚାଳୟ ନିର୍ମାଣ କରି ଦିଆଯାଇଛି । ହେଲେ ହିତାଧିକାରୀଙ୍କୁ ନିଜ ଶୌଚାଳୟ ନିଜେ କରିବା ପାଇଁ ଦାୟିତ୍ବ ଦେଇନଥିବାବେଳେ ସରକାରୀ ଅଧିକାରୀଙ୍କ ଚଞ୍ଚକତା ଯୋଗୁଁ ଏକ ଦୁର୍ନୀତିଗ୍ରସ୍ତ ଠିକାଦାରଙ୍କୁ ଏହି କାର୍ଯ୍ୟ ସଂପାଦନ କରିବା ପାଇଁ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଏଘଟଣା ବାବଦରେ ବହଳଦା ପଞ୍ଚାୟତ ସମିତି କାର୍ଯ୍ୟାଳୟର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ସମସ୍ୟା ବିଷୟରେ ଜଣାଇବା ପରେ ଏହାର ସମାଧାନ ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.