ରାଇରଙ୍ଗପୁର: ଏଟିଏମ ପରିସରରେ ଲୁଟ ଉଦ୍ୟମ କରି ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଛି ଲୁଟେରା । ଘଟଣାଟି ହେଉଛି କରଞ୍ଜିଆ ଥାନା ଅଧିନସ୍ଥ କରଞ୍ଜିଆ ବଜାର ମଧ୍ୟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମର । ବୁଧବାର ସନ୍ଧ୍ୟା ସମୟରେ ଏଟିଏମରେ ଟଙ୍କା ଉଠାଉଥିବା ବେଳେ ଜନୈକ ବ୍ୟକ୍ତିଙ୍କୁ ଲୁଟ ଉଦ୍ୟମ କରୁବା ସମୟରେ ବ୍ୟକ୍ତି ଜଣଙ୍କ ପାଟି ଶୁଣି ପାଖରେ ଥିବା ବ୍ୟବସାୟୀମାନେ ଆସି ଲୁଟେରାମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ।
ଏଥିରେ ଜଣେ ଲୁଟେତରା ଘଟଣାସ୍ଥଳରୁ ଖସି ପଳାଇଥିବା ବଳେ ଅନ୍ୟ ଜଣଙ୍କୁ କାବୁ କରିନେଇଥିଲେ ଲୋକେ । ଏହାପରେ ଲୁଟେରାକୁ ନିସ୍ତୁକ ପିଟି କରଞ୍ଜିଆ ଥାନା ପୋଲିସକୁ ଲୋକେ ଖବର କରିଥିଲେ । ପୋଲିସ ପଚରରାଉଚୁରାରୁ ଲୁଟେରା ବିହାରର ନାରାୟଣ କୁମାର ସିଂ ବୋଲି ଜଣାପଡିଥିଲା । ପରେ ପୋଲିସ ତାଠାରୁ ଗୋଟିଏ ସ୍କାନର, 2ଟି ଏଟିଏମ କାର୍ଡ ଜବତ କରିବା ସହ ଏକ ମାମଲା ରୁଜୁ କରୁ ତଦନ୍ତ ଜାରି ରଖିଛି ।
ଅନ୍ୟପଟେ କରଞ୍ଜିଆ ପୋଲିସ ଏହି ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଏକ ଟିମ ଗଠନ କରିଥିବା ଉପଖଣ୍ଡ ପୋଲିସ ଅଧିକାରା ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ