ETV Bharat / state

ବଢୁଛି ତାତି, ତାଳ ସାଜିଛି ସାଥି - ମାଲକାନଗିରି

ମାଲକାନଗିରିର କୋୟା ଆଦିବାସୀଙ୍କ ଏକ ପ୍ରାଚୀନ ପାରମ୍ପରିକ ଶୀତଳ ଫଳ ହେଉଛି ତାଳ । ପୂର୍ବରୁ ଗାଁ ଗହଳିରେ ହିଁ କେବଳ ଏହି ତାଳ ଦେଖିବାକୁ ମିଳୁଥିଲା । ତେବେ ଧିରେ ଏହା ହେଉଛି ସହର ମୁହାଁ । ତେଣୁ ଜିଲ୍ଲାର ଆଦିବାସୀ ଲୋକେ ଏବେ ଏହି ତାଳ ସଜକୁ ବଜାରରେ ଆଣି ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।

ଫଟୋ ସୈଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Apr 17, 2019, 7:23 PM IST

ମାଲକାନଗିରି: ବଢୁଛି ତାତି । ଜଳୁଛି ଗାଁ ଠୁ ସହର । ଦିନ 10ଟାରୁ ଘରୁ ବାହାରକୁ ବାହରିବା ପାଇଁ ଡରୁଛନ୍ତି ଲୋକେ । ଗରମରୁ ତ୍ରାହି ପାଇବା ପାଇଁ ଡହଳ ବିକଳ ହେଉଛନ୍ତି ଜନତା । ମାଲକାନଗିରି ଜିଲ୍ଲାରେ ମଧ୍ୟ ପାରଦ ଏବେ ୪୨ ଡିଗ୍ରୀ ପାର କଲାଣି । ଆଉ ଏହି ଖରାରୁ ଲୋକଙ୍କୁ ଆଶ୍ବସ୍ତି ଦେଉଛି ଆଦିବାସିଙ୍କ ପାରମ୍ପାରିକ ଫଳ ତାଳ । ସହରୀ ବାବୁଙ୍କ ଠାରୁ ଆରମ୍ଭ କରି ଗାଁ ଗହଳିର ଲୋକେ ସମସ୍ତେ ଏହି ତାଳ ସଜ ଖାଇବା ସହ ତାଳ ରସକୁ ପିଇ ପେଟ ଥଣ୍ଡା କରୁଛନ୍ତି ।

ଭିଡିଓ ସୈଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରିର କୋୟା ଆଦିବାସୀଙ୍କ ଏକ ପ୍ରାଚୀନ ପାରମ୍ପରିକ ଶୀତଳ ଫଳ ହେଉଛି ତାଳ । ପୂର୍ବରୁ ଗାଁ ଗହଳିରେ ହିଁ କେବଳ ଏହି ତାଳ ଦେଖିବାକୁ ମିଳୁଥିଲା । ତେବେ ଧିରେଧିରେ ଏହା ହେଉଛି ସହର ମୁହାଁ । ତେଣୁ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଏବେ ଏହି ତାଳ ସଜକୁ ବଜାରରେ ଆଣି ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ମାତ୍ର ଏହାର ଉଚିତ୍ ପାରିଶ୍ରମିକ ପାଇନଥାନ୍ତି ଏମାନେ । 10ଟି ଫଳକୁ ବିକ୍ରୀ କରି ମାତ୍ର 10ଟଙ୍କା ପାଆନ୍ତି ଏହି ସରଳ ଆଦିବାସୀ ।

ଗୋଟିଏ ପଟେ ତାଳ ସଜକୁ ଖାଇ ଲୋକେ ଖରାଦିନେ ପେଟକୁ ଥଣ୍ଡା କରୁଛନ୍ତି । ଆଉ ଅନ୍ୟପଟେ ଏହାକୁ ବିକ୍ରି କରି ନିଜର ପ୍ରାଚୀନ ପରମ୍ପରାକୁ ବଜାୟ ରଖିଛନ୍ତି କୋୟା ଆଦିବାସୀ ସମ୍ପ୍ରଦାୟ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

dsfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.