ETV Bharat / state

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲା ପୋଲିସ - ଦନ୍ତେୱାଡା ଜିଲ୍ଲା ପୋଲିସ

ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୋଲିସ ନିକଟରେ ନକ୍ସଲ ମାନେ ଆତ୍ମସମର୍ପଣ କରୁଛନ୍ତି । ଯେଉଁଥିରେ ପୋଲିସ ଖୁସି ହେବା ସହ ସେମାନଙ୍କ ସହିତ କେକ୍‌ କାଟିଛି । ଅଧିକ ପଢନ୍ତୁ...

ନକ୍ସଲଙ୍କ ସହ କେକ୍ କାଟିଲା ପୋଲିସ
ନକ୍ସଲଙ୍କ ସହ କେକ୍ କାଟିଲା ପୋଲିସ
author img

By

Published : Nov 19, 2020, 9:45 AM IST

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଲଗାତାର ନକ୍ସଲ ମାନେ ଆତ୍ମସମର୍ପଣ କରୁଥିବାବେଳେ ଏହି ଖୁସିରେ ସେମାନଙ୍କ ସହିତ କେକ୍‌ କାଟିଛନ୍ତି ପୋଲିସ ।

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସହ କେକ୍ କାଟିଲା ପୋଲିସ

ବୁଧବାର 3 ହାର୍ଡକୋର ନକ୍ସଲ, ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କୁ ଧରିବାକୁ ଛତିଶଗଡ ସରକାର ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିବାବେଳେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଯାହାକୁ ନେଇ ନକ୍ସଲଙ୍କ ସହିତ ପୋଲିସ କେକ୍‌ କାଟିଛନ୍ତି ।

ବୁଧବାର ସିଆରପିଏଫର ଡିଆଇଜି ଏବଂ ଦନ୍ତେୱାଡା ପୋଲିସ ନିକଟରେ 3 ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ନନ୍ଦା ରାମ ସୋଢି, ଜୋଟେଲ ମରକାମ, ରଞ୍ଜିସ ମୁଚାକି। ସେପଟେ ଏହି ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୋଲିସ ସେମାନଙ୍କ ପୁରସ୍କାର ରାଶି ଦେବା ସହ ସେମାନଙ୍କ ଥଇଥାନ ପାଇଁ ସମସ୍ତ ସାହାଯ୍ୟ, ସହଯୋଗ ରାଜ୍ୟ ସରକାର କରିବେ ବୋଲି ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି।

ସୂଚନାଥାଉକି, ଛତିଶଗଡରେ ପୋଲିସ ଆରମ୍ଭ କରିଥିବା ନକ୍ସଲ ଆତ୍ମସମର୍ପଣ କରିବା ଅଭିଯାନରେ କିଛି ଦିନ ଭିତରେ 200 ନକ୍ସଲ ଆତ୍ମସମର୍ପଣ କରିସାରିଲେଣି । ଯାହା ଛତିଶଗଡ ପୋଲିସ ଓ ସରକାରଙ୍କ ପାଇଁ ବଡ ସଫଳତା ବୋଲି କୁହାଯାଉଛି ।

ମାଲକାନାଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.