ମାଲକାନଗିରି: ପୁଣି ସୁରକ୍ଷାବଳକୁ ସଫଳତା । ସୀମାନ୍ତରେ ଧ୍ବଂସ ହେଲା ମାଓ କ୍ୟାମ୍ପ । ମାଥିଲ ବ୍ଲକ ଅନ୍ତର୍ଗତ ତୁଳସୀପୁର ପାହାଡରେ ଦରଭା ମାଓ ସଙ୍ଗଠନ କ୍ୟାମ୍ପ ଚାଲିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଖବର ପାଇ ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ଏସ୍ପିଙ୍କ ନେତୃତ୍ବରେ ଡିଆରଜି ବାହିନୀ କୁମ୍ବିଂ ଅପରେସନକୁ ଜୋରଦାର କରିଥିଲା ।
ପ୍ରଥମେ ଯବାନଙ୍କୁ ଆକ୍ରମଣ କରିଥିଲେ ମାଓବାଦୀ । ପ୍ରାୟ 2 ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବର୍ଷଣ ହେବା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରିବା ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ଯବାନ । ଏହା ସହ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି,ଇଟିଭି ଭାରତ