ETV Bharat / state

ମାଓବାଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

author img

By

Published : May 11, 2021, 6:43 PM IST

ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜନୈକ ବ୍ୟକ୍ତିଙ୍କୁ ହତ୍ୟା କଲେ ମାଓବାଦୀ । ଅଧିକ ପଢନ୍ତୁ...

ମାଓବାଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା
ମାଓବାଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜନୈକ ବ୍ୟକ୍ତିଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ସୁଖଧର ଗାବଡେ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ପାଲୁରମେଟା ଗାଁ ବାସିନ୍ଦା ।

ବିଳମ୍ବିତ ରାତିରେ ପାଲୁରମେଟା ଗାଁକୁ 15 ରୁ 20 ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ । ଏହାପରେ ସୁଖଧର ଗାବଡେଙ୍କୁ ଘରୁ ଡାକି ନେଇଥିଲେ । ଏହାପରେ ପ୍ରଜା କୋର୍ଟରେ ଧାରୁଆ ଅସ୍ତ୍ରରେ ସୁଖଧରଙ୍କ ଗଳା କାଟି ତାଙ୍କୁ ହତ୍ୟା କରିଛନ୍ତି । ଏହାକୁ ନେଇ କାଙ୍କେର ଏସପି ସୂଚନା ଦେଇଛନ୍ତି ।

ବିଭିନ୍ନ ସମୟରେ ଅନେକ ନିରୀହ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହ ହତ୍ୟା କରୁଛନ୍ତି ମାଓବାଦୀ । ମାଓ ଦମନ ପାଇଁ ଲଗାତାର ଉଭୟ ପୋଲିସ ଓ ସୀମା ସୁରକ୍ଷା ବଳ ପକ୍ଷରୁ କମ୍ବିଂ ଅପେରେସନ କରାଯାଉଛି । ଏହାସତ୍ତ୍ବେ ମାଓବାଦୀ ନିଜ କାର୍ଯ୍ୟକଳାପରୁ ନିବୃତ୍ତ ହେଉ ନାହାନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.