ମାଲକାନଗିରି: ଜିଲ୍ଲାର ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ଦ୍ଵାରା ଲଗାଯାଇ ଥିବା ଆଇଡିକୁ ମାଟି ତଳୁ ବାହାର କରି ଧ୍ବଂସ କଲେ ସୁରକ୍ଷା ବଳ ।
ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ଛତିଶଗଡର ସୁକୁମା ଜିଲ୍ଲାର ଏରାବୋର ଗ୍ରାମରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ବିସ୍ଫୋରକ ସାମଗ୍ରୀ ଲଗାଇଥିଲେ । ତେବେ ସୁରକ୍ଷା କର୍ମୀ କୁମ୍ବିଂ ଅପରେସନ ବେଳେ ଏହି ବିସ୍ଫୋରକ ସାମଗ୍ରୀର ସନ୍ଧାନ ପାଇ ତାହାକୁ ମାଟି ତଳୁ ଉଦ୍ଧାର କରିବା ସହ ବିସ୍ଫୋରଣ କରିଥିଲେ ।
ଆଗକୁ ଜୁଲାଇ 28ରୁ ମାଓବାଦୀ ସହିଦ ସପ୍ତାହ ପାଳନ କରିବାକୁ ଥିବା ବେଳେ ନିଜର ସ୍ଥିତି ଜାହିର କରିବା ପାଇଁ ମାଓବାଦୀ ଏହି ବିସ୍ଫୋରକ ଲଗାଇଥିବା ଜଣାପଡିଛି । ଯାହାକୁ ଦୃଷ୍ଟିରେ ରଖି ମାଲକାନଗିରି ସୀମାନ୍ତରେ ବର୍ତ୍ତମାନ କଡା ସୁରକ୍ଷା ରଣନୀତି ଆପଣା ଯାଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ