ETV Bharat / state

ଖବର ବାଜିଲା ପ୍ରଭାବ ପଡ଼ିଲା, ଅସହାୟ ଭାଇଭଉଣୀଙ୍କ ନିକଟ ପହଞ୍ଚିଲା ସରକାରୀ ଦଳ - ଧରମପାଲ୍ଲୀ ଗ୍ରାମର ଶୁକ୍ରା ମାଡି ଓ ସ୍ତ୍ରୀ ମୁକେ ମାଡି

ମାଲକାନଗିରିରେ ବାପା ମାଆଙ୍କ ମୃତ୍ୟୁ ପରେ ବେସାହାରା ହୋଇ ପଡ଼ିଥିଲେ ଚାରି ଅସହାୟ ଭାଇ ଭଉଣୀ । ଇଟିଭି ଭାରତ ମାଧ୍ୟମରେ ଖବର ପ୍ରସାରିତ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନର ଏକ ଦଳ ଏମାନଙ୍କ ନିକଟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ଇଟିଭି ଭାରତ ପ୍ରଭାବ
ଇଟିଭି ଭାରତ ପ୍ରଭାବ
author img

By

Published : Feb 14, 2023, 7:20 AM IST

ଇଟିଭି ଭାରତ ପ୍ରଭାବ, ସାହାର୍ଯ୍ଯର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ

ମାଲକାନଗିରି: ବାପ ମାଆ ଆରପାରିକୁ ଚାଲିଯିବା ପରେ ନିଜ ବୋଝ ନିଜ କାନ୍ଧରେ ବୋହି ବଞ୍ଚିବାକୁ ସାହାରା ଖୋଜୁଥିବା ଚାରି ଅସହାୟ ଶିଶୁଙ୍କୁ ସରକାରୀ ସାହାଯ୍ୟ ମିଳିଛି । ମାଲକାନଗିରିର ବେସାହାରା 4 ଅନାଥ ଭାଇ ଭଉଣୀ ଘଟଣାରେ ଇଟିଭି ଭାରତ ମାଧ୍ୟମରେ ଖବର ପ୍ରସାରିତ ହେବାପରେ ତତ୍ପରତା ଦେଖାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ପଏଆଟିଡିଏ ତ୍ରିନାଥ ମାଝୀଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନାରାୟଣ ଦାସ , ବିଡିଓ ପଡିଆ ରାମଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ ଓ ବହୁ ଅଧିକାରୀ ଧରମପାଲ୍ଲୀ ଗାଁକୁ ପହଞ୍ଚି ଏହି ଚାରିଜଣ ଅନାଥ ଭାଇଭଉଣୀଙ୍କ ନିକଟକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଥିଲେ ।

ଘଟଣା ସ୍ଥଳରେ ହିଁ ପଡିଆ ବିଡିଓ ଚାଉଳ ପାଇବା ପାଇଁ ରାସନ୍ କାର୍ଡ ଲକ୍ଷ୍ମୀ ମାଡିକୁ ଦେଇଥିଲେ । ପରେ ଲକ୍ଷ୍ମୀର ଦିବ୍ୟାଙ୍ଗ ଭାଇକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଇଥିଲେ । ଚିକିତ୍ସା ପରେ ଘରନ୍ଦା ଯୋଜନାରେ ଓଡ଼ିଶାରେ ଥିବା ଚାରଟି ଅନୁଷ୍ଠାନ ମଧ୍ୟରୁ ଗୋଟିଏ ଅନୁଷ୍ଠାନରେ ସେମାନଙ୍କର ରହିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।

ଏହାସହ ସେମାନଙ୍କ ପାଠପଢ଼ା ଏବଂ ଭରଣପୋଷଣ ଦାୟିତ୍ବ ମଧ୍ୟ ଜିଲ୍ଲା ପ୍ରଶାକନ କରବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଲକ୍ଷ୍ମୀର ଆଉ ଦୁଇଜଣ ସାନ ଭାଇ ଭଉଣୀଙ୍କୁ ଲକ୍ଷ୍ମୀ ପାଠ ପଢୁଥିବା କତାମାଟେରୁ ଆଶ୍ରମ ସ୍କୁଲ ହଷ୍ଟେଲ୍‌ରେ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯାଇଛି । ତାସହ ସେମାନଙ୍କୁ ସମସ୍ତ ସରକାରୀ ସାହାଯ୍ୟ ସହଯୋଗ କରାଯିବ କହିଛନ୍ତି ଜିଲା ଶିଶୁସୁରକ୍ଷା ଅଧିକାରୀ । ଇଟିଭି ଭାରତରେ ଖବର ପ୍ରସାରଣ ହେବାପରେ ଜିଲ୍ଲା ଅଧିକାରୀମାନେ ପହଞ୍ଚି ଲକ୍ଷ୍ମୀ ଓ ତା ଭାଇଭଉଣୀଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବାରୁ ସେ ଖୁସି ଥିବା କହିଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଧରମପାଲ୍ଲୀ ଗ୍ରାମର ଶୁକ୍ରା ମାଡି ଓ ତାଙ୍କ ସ୍ତ୍ରୀ ମୁକେ ମାଡିଙ୍କ ଗତ ଦୁଇ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ଉଭୟଙ୍କ ମୃତ୍ୟୁ ହେବାପରେ ୪ଜଣ ପିଲା ଏବେ ଅସହାୟ ହୋଇ ଯାଇଛନ୍ତି । କିନ୍ତୁ ଇଟିଭି ଭାରତ ମାଧ୍ୟମରେ ଖବର ପ୍ରସାରିତ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ବଢ଼ଇଛି ସାହାଯ୍ୟର ହାତ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.