ମାଲକାନଗିରି: ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଇଲ୍ଡ ଲାଇନ ଓ ଶିଶୁ ସୁରକ୍ଷା ସମିତି ପକ୍ଷରୁ ମିଳିତ ଚଢ଼ାଉ କରାଯାଇ 7 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଉଦ୍ଧାର ଶ୍ରମିକ ନାବାଳିକା ଅଟନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ CWCରେ ରଖାଯାଇଥିଲା ।
ଆଜି ମାଲକାନଗିରି ଜିଲ୍ଲାର କୋରକୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କଲାବେଳେ ଏମାନଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତେ ଡ୍ରପ ଆଉଟ ହୋଇଥିବାରୁ କିପରି ପୁନଃ ସ୍କୁଲରେ ଆଡ଼ମିଶନ କରାଯିବ ସେନେଇ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯିବ । ସେହିପରି ଶିଶୁମାନଙ୍କୁ କାର୍ଯ୍ୟରେ ଲଗାଇବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯିବ ବୋଲି ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ କହିଥିଲେ ।
ଇଟିଭି ଭାରତ, ମାଲକାନଗିରି