ETV Bharat / state

2 ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ - 2 hardcore Maoists surrender in malkangiri sp

ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନ ସଙ୍ଗଠନର ଆଗ ଧାଡିର ଏସିଏମ ରାଙ୍କର ମାଓ ନେତା କାହ୍ନା ଓ ମାଓ ନେତ୍ରୀ ଲାକ୍କେର ଆତ୍ମସମର୍ପଣ । ଉଭୟଙ୍କ ନାଁରେ ରହିଥିଲା ମୋଟ 6 ଲକ୍ଷ ଟଙ୍କାର ପୁରସ୍କାର ରାଶି । ଅଧିକ ପଢନ୍ତୁ...

2 hardcore Maoists surrender in malkangiri sp
2 ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
author img

By

Published : Jul 12, 2020, 12:42 PM IST

Updated : Jul 12, 2020, 8:08 PM IST

ମାଲକାନଗିରି:ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି 'ଏ' ଓ 'ବି' ମାଓ ସଙ୍ଗଠନର ଦୁଇ ଟପ୍‌ ମାଓ ନେତା । ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନ ସଙ୍ଗଠନର ଆଗ ଧାଡିର ଏସିଏମ ରାଙ୍କର ମାଓ ନେତା କାହ୍ନା ମାଡି ଓ ମାଓ ନେତ୍ରୀ ଲାକ୍କେ ପୁନେମ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ନେତା କାହ୍ନା ନାଁରେ 4 ଲକ୍ଷ ଟଙ୍କାର ପୁରସ୍କାର ରହିଥିବାବେଳେ ଲାକ୍କେ ନାଁରେ 2 ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । କାହ୍ନା ଗତ 2013ରେ ବିପ୍ଲବ ଆନ୍ଦୋଳନରେ ସଙ୍ଗଠନରେ ଜଡିତ ହୋଇ କାମ ଆରମ୍ଭ କରିଥିଲା । ଦୀର୍ଘ 7 ବର୍ଷ ଧରି ସେ ସଙ୍ଗଠନରେ ଦକ୍ଷତାର ସହ କାମ କରିବା ପରେ ତାକୁ ଏସିଏମ ପଦରେ ପଦନ୍ନୋତି କରାଯାଇଥିଲା ।

ତେବେ କାହ୍ନା ଓ ଲାକ୍କେ ଆତ୍ମସମର୍ପଣ କରିବା ପରେ ମାଓ ସଙ୍ଗଠନ ଅନେକ ଗୁମର ପୋଲିସ ସମ୍ମୁଖରେ ଖୋଲିଛନ୍ତି । ଏଥିସହ ଉଭୟ ଆତ୍ମସମର୍ପଣର କାରଣ ମଧ୍ୟ କହିଛନ୍ତି ବୋଲି ମାଲକାନଗିରି ଏସପି ଋଷିକେଶ ଦୟାନନ୍ଦ ଖିଲାରୀ ପ୍ରତିକ୍ରୟା ରଖିଛନ୍ତି । ସେ କହିଛନ୍ତି ଯେ, ଗୁରୁପ୍ରିୟା ସେତୁ ହେବା ପରେ ଉକ୍ତ ଅଞ୍ଚଳରେ ହେଉଥିବା ବିକାଶକୁ ତାଙ୍କ ସଙ୍ଗଠନ ବିରୋଧ କରିଥିଲା । ଦଳର ଏଭଳି କାର୍ଯ୍ୟ ତାଙ୍କୁ ପ୍ରଭାବିତ କରିଥିଲା । ଏହାସହ ଅଞ୍ଚଳର ବିକାଶ ଓ ପୋଲିସର ପଦକ୍ଷେପ ଇତ୍ୟାଦି ପରେ ଏମାନେ ମାଓ ସଙ୍ଗଠନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।

2 ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ସେହିପରି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ତେଲୁଗୁ କ୍ୟାଡରମାନେ ଅନ୍ୟ ଝିଅ ମାଓବାଦୀଙ୍କୁ ଶୋଷଣ କରୁଥିବା କଥା ମଧ୍ୟ କହିଛନ୍ତି ଏହି ମାଓ ନେତା। ତେବେ ଏମାନେ ଆତ୍ମସମର୍ପଣ କରିବା ପରେ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ମାଲକାନଗିରି ଏସପି । ପୂର୍ବରୁ ମଧ୍ୟ ଜିଲ୍ଲାର ଅନେକ ମାଓ ନେତା ଓ କର୍ମୀମାନେ ଆତ୍ମସମର୍ପଣ କରି ସାଧାରଣ ଜୀବନ ଯାପନ ବଞ୍ଚୁଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jul 12, 2020, 8:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.