ମାଲକାନାଗିରି: ସୀମାନ୍ତରେ ଭୁଶୁଡୁଛି ଲାଲଦୁର୍ଗ । ଛତିଶଗଡ଼ ଦାନ୍ତେୱାଡା ପୋଲିସକୁ ମିଳିଛି ବଡ ସଫଳତା। ପୋଲିସ ନିକଟରେ ଆତ୍ମସମର୍ପଣ କଲେ 16 ନକ୍ସଲ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ 3 ଜଣ କମାଣ୍ଡର ଥିବାବେଳେ 4 ଜଣ ମହିଳା ଥିବା ଦାନ୍ତେଓ୍ବାଡା ଏସପି ସୂଚନା ଦେଇଛନ୍ତି । ଏସପି କାର୍ଯ୍ୟଳୟରେ ସମସ୍ତଙ୍କୁ ଶପଥ ପାଠ କରାଯାଇଛି ।
ଆତ୍ମସମର୍ପଣ କରିଥିବା ସମସ୍ତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଥିଲା । ସେମାନେ ସମସ୍ତ ପଶ୍ଚିମ ବସ୍ତର ଜିଲ୍ଲାର ବାସିନ୍ଦା ବୋଲି ସୂଚନା ଦେଇଛନ୍ତି ଏସପି ଅଭିଷେକ ପଲ୍ଲବ ।
ସେମାନଙ୍କ ବିରୋଧରେ ବିଭିନ୍ନ ଥାନାରେ 5ରୁ ଅଧିକ ମାମଲା ରହିଛି । ରେଲୱେ ଟ୍ରାକକୁ ଉଡାଇବା, ପଞ୍ଚାୟତ ପ୍ରତିନିଧିଙ୍କୁ ହତ୍ୟା ଭଳି ସଙ୍ଗୀନ ମାମଲା ସେମାନଙ୍କ ବିରୋଧରେ ରହିଛି । 3 କମାଣ୍ଡରସ୍ତରୀୟ ନକ୍ସଲଙ୍କ ମଧ୍ୟରେ ଅଛନ୍ତି 26 ବର୍ଷୀୟ ରାଜେଶ ଭାଷ୍କର, 30 ବର୍ଷୀୟ ସହଦେବ ଓରଫ ସାଦେ, ଭୀମା ତେଲାମ । ତେବେ ଦେଖିବାକୁ ଗଲେ ଚଳିତବର୍ଷ ବହୁ ସଂଖ୍ୟାରେ ନକ୍ସଲ ହିଂସାର ମାର୍ଗ ଛାଡି ଆତ୍ମ ସମର୍ପଣ କରୁଥିବା ସାମ୍ନାକୁ ଆସୁଛି ।
ମାଲକାନାଗିରି ଦେବଦତ୍ତ ବେହେରା, ଇଟିଭି ଭାରତ