ଝର ପର୍ଯ୍ୟଟନ ଖୋଜୁଛି ପ୍ରଶାସନର ପ୍ରୋତ୍ସାହନ - କୋରାପୁଟ ପର୍ଯ୍ୟଟନ
ବର୍ଷା ଦିନେ କୋରାପୁଟ ଜିଲ୍ଲାର ପାହାଡ଼ ବୁକୁ ଚିରି ସମତଳ ଅଞ୍ଚଳକୁ ଅଚାନକ ପ୍ରବାହିତ ହୋଇ ଆସୁଥିବା ଶହ ଶହ ଛୋଟ ବଡ ଝରଣା ର କଳକଳ ନାଦ ଆକର୍ଷିତ କରେ ପର୍ଯ୍ୟଟକଙ୍କୁ । କିନ୍ତୁ ଏହି ବିଶେଷ ଆକର୍ଷଣ ପର୍ଯ୍ୟଟନ ବିଭାଗ ଦ୍ବାରା ପ୍ରଚାର ଓ ପ୍ରସାର ଅଭାବରୁ କେବଳ କିଛି ପର୍ଯ୍ୟଟକଙ୍କ ପାଖରେ ସୀମିତ ହୋଇ ରହିଯାଇଛି ।
![ଝର ପର୍ଯ୍ୟଟନ ଖୋଜୁଛି ପ୍ରଶାସନର ପ୍ରୋତ୍ସାହନ](https://etvbharatimages.akamaized.net/etvbharat/prod-images/768-512-4399425-thumbnail-3x2-water-fall.jpg?imwidth=3840)
କୋରାପୁଟ: ଗିରି କନ୍ଦର ମଧ୍ୟରୁ ପ୍ରବାହିତ ହେଉଥିବା ବିଭିନ୍ନ ଜଳଧାରା ପ୍ରପାତର ଆକାର ନେଇ କୋରାପୁଟ ଜିଲ୍ଲାକୁ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ରରେ ଅନନ୍ୟ କରି ଗଢିତୋଳିଛି । ବର୍ଷ ତମାମ ବହୁ ପର୍ଯ୍ୟଟକ ଏହି ଝରଣା ଓ ପ୍ରପାତର ଆନନ୍ଦ ନେବା ପାଇଁ ଛୁଟି ଆସନ୍ତି । କିନ୍ତୁ କୋରାପୁଟର ଆଉ ଏକ ବିଶେଷ ଆକର୍ଷଣ ପର୍ଯ୍ୟଟନ ବିଭାଗ ଦ୍ବାରା ପ୍ରଚାର ଓ ପ୍ରସାର ଅଭାବରୁ କେବଳ କିଛି ପର୍ଯ୍ୟଟକଙ୍କ ପାଖରେ ସୀମିତ ହୋଇ ରହିଯାଇଛି ।
ବର୍ଷା ଦିନେ ପାହାଡ଼ର ବୁକୁ ଚିରି ସମତଳ ଅଞ୍ଚଳକୁ ଅଚାନକ ପ୍ରବାହିତ ହୋଇ ଆସୁଥିବା ଶହ ଶହ ଛୋଟ ବଡ ଝରଣାର କଳକଳ ନାଦ ଓ ବର୍ଷାର ରିମଝିମ ସୂର ମଧ୍ୟରେ ସବୁଜ ବନାନୀ ମଧ୍ୟରୁ ଝଲସି ଉଠୁଥିବା ରୂପେଲି ଜଳଧାରା ପ୍ରକୃତିପ୍ରେମୀଙ୍କୁ ବାନ୍ଧିରଖିଛି। ତେବେ ପର୍ଯ୍ୟଟନ ବିଭାଗ ଏହି ଛୋଟ ଛୋଟ ଆକର୍ଷଣ ଦିଗରେ ସଚେତନ ହୋଇ ପାରିଲେ ଋତୁ ଆଧାରିତ ପର୍ଯ୍ୟଟକଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଆନ୍ତା ବୋଲି କୋରାପୁଟର ପୂର୍ବତନ ପର୍ଯ୍ୟଟନ ଅଧିକାରୀ ସନ୍ୟାସୀ ପୂଜାରୀ ମତ ରଖିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
........
Edited AVO Byte with P2C is attached
.........
ଶାନ୍ତାକାର
କୋରାପୁଟ
..........