ETV Bharat / state

ନଦୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ - Two minors died koraput

ପାଡୁଆ ଥାନା ଅନ୍ତର୍ଗତ ଗଲୁର ପଞ୍ଚାୟତ ତାମସି ଗାଁର ଡାଳିମା ଖିଲ (୧୩) ଓ ପଡାସିଂ ଗାଁର ଅମିତା ଖିଲ (8) ସାଙ୍ଗ ହୋଇ ପାତଳୀ ନଦୀର ତାମସିଂ ନଦୀ ଘାଟକୁ ମାଛ ଧରିବାକୁ ଯାଇଥିଲେ । ମାଛ ଧରୁ ଧରୁ ନଦୀ ଗର୍ଭରେ ନିଖୋଜ ହୋଇଯାଇଥିଲେ । ଅଧିକ ପଢନ୍ତୁ...

ନଦୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ

author img

By

Published : Mar 11, 2021, 9:43 PM IST

କୋରାପୁଟ : ସାଙ୍ଗ ହୋଇ ଯାଇଥିଲେ ଏବଂ ସାଙ୍ଗ ହୋଇ ସମସ୍ତଙ୍କୁ ଛାଡି ଚାଲିଗଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଞ୍ଚଳରେ । ଆଜି ପାଡୁଆ ଥାନା ଅନ୍ତର୍ଗତ ଗଲୁର ପଞ୍ଚାୟତ ତାମସି ଗାଁର ଡାଳିମା ଖିଲ (୧୩) ଓ ପଡାସିଂ ଗାଁର ଅମିତା ଖିଲ (8) ସାଙ୍ଗ ହୋଇ ପାତଳୀ ନଦୀର ତାମସିଂ ନଦୀ ଘାଟକୁ ମାଛ ଧରିବାକୁ ଯାଇଥିଲେ । ମାଛ ଧରୁ ଧରୁ ନଦୀ ଗର୍ଭରେ ନିଖୋଜ ହୋଇଯାଇଥିଲେ ।

ନଦୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ

ନଦୀ ପାର୍ଶ୍ୱରେ ଉପସ୍ଥିତ ରହିଥିବା କିଛି ଲୋକ ୨ ଜଣ ନାବାଳିକା ନଦୀରେ ବୁଡି ନିଖୋଜ ହୋଇଯାଇଥିବା ସନ୍ଦେହ କରି ବହୁ ଖୋଜା ଖୋଜି କରିଥିଲେ । ଘଟଣାଟି ସମଗ୍ର ଅଞ୍ଚଳରେ ପବନ ବେଗରେ ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି କରି ଶେଷରେ ୨ ନିଖୋଜ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଘଟଣା ସମ୍ପର୍କରେ ପାଡୁଆ ଥାନା ଅଧିକାରୀ ଓ ନନ୍ଦପୁର ତହସିଲଦାରଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.