ETV Bharat / state

ଅଭିଯୁକ୍ତକୁ ଗିରଫ ଦାବିରେ ଜୟପୁର ଘରୋଇ ବସ ମାଲିକ ସଂଘର ଧର୍ମଘଟ - ଘରୋଇ ବସ ମାଲିକ ସଂଘର ଧର୍ମଘଟ

ଜୟପୁର ବସଷ୍ଟାଣ୍ଡରେ ଗୁଣ୍ଡାଗିରି ବନ୍ଦ କରିବା ସହ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଆଜି ଜୟପୁର ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି।

koraput
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜୟପୁର ଘରୋଇ ବସ ମାଲିକ ସଂଘର ଧର୍ମଘଟ
author img

By

Published : Jan 4, 2020, 7:41 PM IST

କୋରାପୁଟ: ବସଷ୍ଟାଣ୍ଡରେ ଗୁଣ୍ଡାଗିରି ବନ୍ଦ କରିବା ସହ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଆଜି ଜୟପୁର ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଛି। ଏହା ସହ ଜୟପୁର ବସଷ୍ଟାଣ୍ଡରେ ମୌଳିକ ସୁବିଧା ଉପଲବ୍ଧ କରିବାକୁ ଦାବି କରିଛି ବସ ମାଲିକ ସଂଘ। ସନ୍ଧ୍ୟା 6ଟା ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜୟପୁର ଘରୋଇ ବସ ମାଲିକ ସଂଘର ଧର୍ମଘଟ

ଗତକାଲି ରାତିରେ 4ଜଣ ଦୁର୍ବୃତ୍ତ ସଂଘ କର୍ମଚାରୀଙ୍କୁ ମାରଣାସ୍ତ୍ର ଓ ପିସ୍ତଲ ଦେଖାଇ ଧମକ ଦେଇଥିଲେ। ଏହାର ପ୍ରତିବାଦ କରି ଆଜି ସମସ୍ତ ବସ ମାଲିକ ଏକ ହୋଇ ଧର୍ମଘଟ କରିଛନ୍ତି। ଅନ୍ୟପଟେ ବସ ଧର୍ମଘଟ ଯୋଗୁଁ ଜୟପୁରରୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ସାଧାରଣ ଯାତ୍ରୀ, କର୍ମଚାରୀ ଏବଂ ସ୍କୁଲକଲେଜ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

Intro:ଗୁଣ୍ଡାଗିରି ଓ ଦାଦାଗିରି ବନ୍ଦ କରିବା ଏବଂ ଧମକ ଦେଇଥିବା ଅପରାଧୀଙ୍କୁ ଗିରଫ କରିବା ସହ ଜୟପୁର ବସଷ୍ଟାଣ୍ଡ ରେ ମୌଳିକ ସୁବିଧା ର ବିକାଶ କରିବା ଦାବି ରେ ଆଜି ଜୟପୁର ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଛି।Body:ଗତ କାଲି ରାତ୍ରରେ 4ଜଣ ଦୁର୍ବୁତ୍ତ ଆସି ସଙ୍ଘ ର କର୍ମଚାରୀ ମାନଙ୍କୁ ଖଣ୍ଡା ଛୁରୀ ଓ ପିଷ୍ଟଲ ଧରି ଭୟଭୀତ କରିଥିଲେ । ଏହାକୁ ପ୍ରତିବାଦ କରି ଆଜି ସମସ୍ତ ବସ ମାଲିକ ଏକ ହୋଇ ଧର୍ମଘଟ ଜାରି ରଖିଛନ୍ତି । ସନ୍ଧ୍ୟା 6ଟା ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଆସନ୍ତା କାଲି ରାଜା ରାସ୍ତା କୁ ଆସିବାକୁ ଚେତାବନୀ ଦେଇଛି ସଂଘ । ସେପଟେ ବସ ଧର୍ମଘଟ ଯାଗୁଁ ଜୟପୁର ରୁ ଯାଉଥିବା ଆଭିଭକ୍ତ କୋରାପୁଟ ଜିଲ୍ଲା ର ବସ ଚଳାଚଳ ବନ୍ଦ ରହିଛି। ଫଳରେ ସାଧାରଣ ଯାତ୍ରୀ , କର୍ମଚାରୀ ଏବଂ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖାଯାଇଛି । Conclusion:ଶାନ୍ତାକାର
କୋରାପୁଟ
.….....
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.