ETV Bharat / state

କୋରାପୁଟରେ ପଞ୍ଜାବ ଆଳୁ, ଚାଷୀ ଦେଖୁଛି ନୂଆ ସ୍ବପ୍ନ - ପଞ୍ଜାବ ଆଳୁ

କୋରାପୁଟରେ ଫଳୁଛି ପଞ୍ଜାବର ଆଳୁ । ସେମିଳିଗୁଡା ବ୍ଲକ ଅଞ୍ଚଳରେ ଗତ 17 ବର୍ଷ ଧରି ଗୁଣ୍ଠାପୁଟର ଆଲୁଚାଷ କରିଆସୁଥିବା ଚାଷୀ ଗୌର ହନ୍ତାଳ ଜଣାଇଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବ ଆଳୁକୁ ନେଇ ଚାଷୀ ଦେଖୁଛି ନୂତନ ସ୍ବପ୍ନ

author img

By

Published : Sep 4, 2020, 10:15 PM IST

କୋରାପୁଟ: ବହୁ ବର୍ଷ ଧରି ବିଭିନ୍ନ କିସମର ଆଳୁ ବିହନ ଲଗାଇ ବ୍ୟବସାୟ କରିଆସୁଛନ୍ତି କୋରୋପୁଟର ଚାଷୀ । କେତେବେଳେ ଦେଶୀ ଆଳୁ ତ ଆଉ କେତେବେଳେ ନାଲି ଆଳୁ ଉତ୍ପାଦନ କରି ବଜାରରେ ନିଜ ସ୍ଥିତିକୁ ସୁଦୃଢ କରିବା ପାଇଁ । କିନ୍ତୁ ଆଶାନୁରୂପ ଭାବେ ଉତ୍ପାଦନ ହୋଇପାରୁନଥିବା ଯୋଗୁଁ ସରକାରୀ ଓ ବେସରକାରୀ ଯୋଜନା ରେ ଉନ୍ନତ କିସମ ର ବିହନ ଲଗାଇ ଲାଭବାନ ହେବା ପାଇଁ ପ୍ରୟାସ କରୁଥିବା ସେମିଳିଗୁଡା ବ୍ଲକ ଅଞ୍ଚଳରେ ଗତ 17 ବର୍ଷ ଧରି ଗୁଣ୍ଠାପୁଟର ଆଲୁଚାଷ କରିଆସୁଥିବା ଚାଷୀ ଗୌର ହନ୍ତାଳ ଜଣାଇଛନ୍ତି ।

ପଞ୍ଜାବ ଆଳୁକୁ ନେଇ ଚାଷୀ ଦେଖୁଛି ନୂତନ ସ୍ବପ୍ନ

ଗତ କିଛିବର୍ଷ ପୂର୍ବେ ପଞ୍ଜାବ ଆଳୁ ଓ କଲିକତା ଆଳୁ ବିହନ ଆଣି ଏହି ଅଞ୍ଚଳରେ ଚାଷୀ ଚାଷ କରିଥିବା ସେ ଜଣାଇଛନ୍ତି । ଚଳିତ ବର୍ଷ କୋରାପୁଟ ଫାର୍ମର୍ସ ଆସୋସିଏସନ, କେଏଫଏ ସହଯୋଗରେ ନୂତନ ଭାବେ ପଞ୍ଜାବର କୁକରି ଜ୍ୟୋତି ବିହନ ଆଣି ସେମିଳିଗୁଡା ଓ କୋରାପୁଟ ବ୍ଲକର 200ରୁ ଉର୍ଧ୍ବ ଚାଷୀ 150 ଏକରରୁ ଉର୍ଦ୍ଧ୍ବ ଜମିରେ ଆଳୁ ଚାଷ କରିଥିବା କେଏଫଏର ସମ୍ପାଦକ ଶରତ ପଟ୍ଟନାୟକ ଜଣାଇଛନ୍ତି । ଇଣ୍ଟର୍ନେସନାଲ ପୋଟାଟୋ ସେଣ୍ଟରର 'ସ୍ମଲ ଫାର୍ମର୍ସ ଲାର୍ଜ ଫାର୍ମିଙ୍ଗ' ଯୋଜନାରେ ଏହି ଚାଷୀଙ୍କୁ 40% ରିହାତି ଦରରେ ଉନ୍ନତ ମାନର ବିହନ ଯୋଗାଇଦିଆଯାଇଛି ବୋଲି ପଟ୍ଟନାୟକ ଜଣାଇଛନ୍ତି ।

ଦେଶୀ ବିହନ ଲଗାଇ ଚାଷୀ ପ୍ରାୟ ତିନିଗୁଣ ଫସଲ ପାଉଥିବା ବେଳେ ଏହି ବିହନରୁ ଅନ୍ତତଃ ପକ୍ଷେ ପାଞ୍ଚଗୁଣ ପାଇବାର ସମ୍ଭାବନା ରହିଥିବା ଗୁଣ୍ଠାପୁଟର ଅନ୍ୟ ଜଣେ ଅଗ୍ରଣୀ ଚାଷୀ ଖଗପତି ହନ୍ତାଳ ଆଶା କରିଛନ୍ତି । ବର୍ତ୍ତମାନ ଆଳୁ ଗଛରେ ଯେଉଁ ମାତ୍ରାରେ ଫୁଲ ଧରିଛି ଓ ଗଛ ଯେଉଁଭଳି ବଢୁଛି ତାକୁ ଦେଖିଲେ ଚାଷୀର ସପନ ସାକାର ହେବ ବୋଲି ସେ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.