ETV Bharat / state

ଅନଲାଇନ କ୍ଲାସ ପାଇଁ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

author img

By

Published : Jun 22, 2021, 1:59 PM IST

Updated : Jun 22, 2021, 2:07 PM IST

ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାର ଅନଲାଇନ କ୍ଲାସ ନିଷ୍ପତ୍ତି ନେଇଛନ୍ତି । ମାତ୍ର କୋରାପୁଟରେ ଇଣ୍ଟରନେଟ ସେବାର ଘୋର ଅଭାବ କାରଣରୁ ଛାତ୍ରଛାତ୍ରୀ ସ୍କୁଲରେ ଅନଲାଇନ କ୍ଲାସ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ସାମାଜିକ ଦୂରତା ପାଇଁ ସ୍କୁଲ ବନ୍ଦ, ଅନଲାଇନ କ୍ଲାସ ପାଇଁ ସ୍କୁଲ ଖୋଲା

କୋରାପୁଟ: ସାମାଜିକ ଦୂରତା ନିୟମ ନମାନିଲେ ବ୍ୟାପୁଛି କୋରୋନା । ଏଥିପାଇଁ ସରକାର 2 ବର୍ଷ ହେବ ସ୍କୁଲ୍ କଲେଜ ବନ୍ଦ ରଖି ଥିବାବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ମଧ୍ୟ ବାତିଲ କରିଛନ୍ତି । ଦଶମ +2 ପିଲା ବିନା ପରୀକ୍ଷାରେ ମାର୍କ ପାଉ ଥିବାବେଳେ ଚିନ୍ତା ଏବେ ପୂର୍ବ ବ୍ୟାଚଙ୍କ କଥା । ସେଥିପାଇଁ ଆରମ୍ଭ ହୋଇଛି ଅନଲାଇନ କ୍ଲାସ । ପିଲାଏ ମଧ୍ୟ ଘରେ ରହି ଅନଲାଇନ କ୍ଲାସ କରୁଛନ୍ତି ।

ଅନଲାଇନ କ୍ଲାସ ପାଇଁ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

କିନ୍ତୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ଅନଲାଇନ କ୍ଲାସ ହେଉଛି ସତ ମାତ୍ର ତାହା ସ୍କୁଲରେ । ଅନକାଡେଲି ଗ୍ରାମରେ କେବଳ BSNL ସେବା ଯୋଗାଉ ଥିବାବେଳେ ଇଣ୍ଟରନେଟର ସ୍ଥାଇତ୍ଵ ନଥିବା କାରଣରୁ ସ୍ଥାନୀୟ ବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ପିଲାଏ କିପରି ଅନଲାଇନ କ୍ଳାସ କରୁଥିବେ ତାହା ଅନୁମାନ କରି ପାରୁଥିବେ । ତେବେ ଅନାକାଡେଲିର ପିଲାଏ ଆଉ ବାଟନପାଇ ସେମାନଙ୍କ ବିଦ୍ୟାଳୟରେ ଥିବା ବ୍ରଡବ୍ୟାଣ୍ଡକୁ ବ୍ୟବହାର କରି ବେଳେ ବେଳେ ନିଜ ଆବଶ୍ୟକତା ପୂରଣ କରନ୍ତି ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଳି ଅଞ୍ଚଳର ଆବଶ୍ୟକତାକୁ ପରିହାସ କରୁଥିବା ଅଭିଯୋଗ ହୋଇଛି । ଏପରି ବ୍ୟବସ୍ଥା ମଧ୍ୟରେ ସରକାର ଆରମ୍ଭ କରିଥିବା ୟୁ ଟ୍ଯୁବରେ ପ୍ରଥମ ଶ୍ରେଣୀରୁ ପାଠପଢା ଇଣ୍ଟରନେଟ ସେବା ନ ପାଇ ପାଠଶାଠ ଠାରୁ ଦୂରରେ ରହିଯାଇଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ଚରମ ଅବହେଳାର ନିଦର୍ଶନ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଏହା ଯେ କେବଳ ଅନକାଡେଲି ଅଞ୍ଚଳର ସମସ୍ୟା ତାହା ନୁହେଁ, ଆଜି ଲମତାପୁଟ ବ୍ଲକର ବିଭିନ୍ନ ଗାଁର ଲୋକେ ଅନୁରୂପ ସମସ୍ୟାକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଅନଲାଇନ ପାଠ ପଢିବା ପାଇଁ ପିଲାଙ୍କୁ ପାଞ୍ଚ ଛଅ କିଲୋମିଟର ପର୍ଯ୍ୟନ୍ତ ମୋବାଇଲ ସିଗନାଲ ଖୋଜି ଖୋଜି ବଣ ଜଙ୍ଗଲ ମଧ୍ୟକୁ ଯିବାକୁ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଯଦି ପିଲାଏ ସ୍କୁଲ ଯିବେ ତେବେ ଅନଲାଇନ କ୍ଲାସ ଏବଂ ସାମାଜିକ ଦୂରତାର ଅର୍ଥ କଣ । କେବଳ ଧର୍ମକୁ ଆଖିଠାର ମାରି ଅନକାଡେଲିରେ ଚାଲିଛି ଅନଲାଇନ କ୍ଲାସ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jun 22, 2021, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.