ETV Bharat / state

କୋରାପୁଟ ମ୍ୟୁନିସିପାଲିଟିର ନାହିଁ ନିଜସ୍ବ ମାନଚିତ୍ର, ଚିନ୍ତାରେ ଲୋକେ

କୋରାପୁଟ ପୌର ପରିଷଦର ନାହିଁ ନିଜସ୍ବ ମାନଚିତ୍ର । ଫଳରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକେ । ଅଧିକ ପଢନ୍ତୁ...

author img

By

Published : Oct 16, 2019, 11:11 PM IST

କୋରାପୁଟ ମ୍ୟୁନିସିପାଲିଟିର ନାହିଁ ନିଜସ୍ବ ମାନଚିତ୍ର

କୋରାପୁଟ: କୋରାପୁଟ ମ୍ୟୁନିସିପାଲଟିର ନାହିଁ ନିଜସ୍ବ ମାନଚିତ୍ର । ସହର କେଉଁ ସ୍ଥାନଟି ପୌରପରିଷଦର ତାହା ମଧ୍ୟ ସ୍ପଷ୍ଟ ନାହିଁ । ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ । ନିଜସ୍ବ ମାନଚିତ୍ର ନଥିବାରୁ ସାଧାରଣ ଲୋକଙ୍କୁ ପାର୍କିଂ ପାଇଁ ସ୍ଥାନଟିଏ ଯୋଗାଇ ପାରୁନାହିଁ ପୌରପରିଷଦ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

କୋରାପୁଟ ମ୍ୟୁନିସିପାଲିଟିର ନାହିଁ ନିଜସ୍ବ ମାନଚିତ୍ର

କୋରାପୁଟ ବିଜ୍ଞାପିତ ପରିଷଦ ଦୀର୍ଘ 50 ତଳେ ପ୍ରତିଷ୍ଠା ହୋଇଥିଲେ । କାଳକ୍ରମେ ଏଥିରେ ଅନେକ ପରିବର୍ତ୍ତନ ଘଟି ଏହା ପୌର ପରିଷଦରେ ପରିଣତ ହୋଇଛି । ହେଲେ ଏପର୍ଯ୍ୟନ୍ତ କେଉଁ ସ୍ଥାନଟି ପୌର ପରିଷଦର ତାହା ସ୍ପଷ୍ଟ ହୋଇପାରିଲା ନାହିଁ । ଏପରିକି ପୌରପରିଷଦ ନିଜ ଜାଗାକୁ ସୁରକ୍ଷା ପ୍ରଦାନ କରିବାରେ ନିଷ୍କ୍ରିୟତା ଯୋଗୁଁ କୋରାପୁଟ ବସଷ୍ଟାଣ୍ଡ ନିକଟରେ ଥିବା ହକି ପଡିଆକୁ ପୋଲିସ ବିଭାଗ ଠାରୁ ଫେରିପାଇବାରେ ପରିଷଦ ବିଫଳ ହୋଇଥିଲା । ଯାହାକୁ ନେଇ ସମାଜସେବୀ ବିଦ୍ୟାଧର ଚୌଧୁରୀ କ୍ଷୋଭ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ପୌରପରିଷଦର ନିର୍ଦ୍ଦିଷ୍ଟ ସ୍ଥାନ ନିରୁପିତ ହୋଇଥିବା ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ତହସିଲ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇଥିବା ପୌରପରିଷଦର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ପ୍ରତିଷ୍ଠା ର ପଚାଶ ବର୍ଷ ରୁ ଉର୍ଧ୍ବ ପରେବି କୋରାପୁଟ ଵିଜ୍ଞାପିତ ପରିଷଦ ଯାହା ପରବର୍ତୀ ସମୟରେ ପୌରପରିଷଦ ଭାବେ ପରିବର୍ତନ ଘଟିଛି ତାହାର ନିଜସ୍ୱ ମାନଚିତ୍ର ନଥିବା ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । Body:କୋରାପୁଟ ପୋୖରାଞ୍ଚଳର ଏକ ରେଖା ମାନଚିତ୍ର କାର୍ଯ୍ୟାଳୟ ରେ ରହିଥିଲେହେଁ ସହର ମଧ୍ୟରେ କେଉଁ ଜାଗାଟି ପରିଷଦର ଓ କେଉଁଟି ନୁହଁ ତାର ନିର୍ଦିଷ୍ଟ ମାନଚିତ୍ର ନଥିବା ଯୋଗୁଁ ସହରରେ ଯାନବାହନ ରଖିବା ପାଇଁ ପାର୍କିଂଗ ସ୍ଥାନଟିଏ ବି ସାଧାରଣ ଜନତାଙ୍କୁ ଯୋଗାଇଦେବା ସମ୍ଭବ ହେଉନାହିଁ । ପୌରପରିଷଦର ନିଜ ଜାଗାକୁ ସୁରକ୍ଷା ପ୍ରଦାନ କରିବାରେ ନିଷ୍କ୍ରିୟତା ଯୋଗୁଁ କୋରାପୁଟ ବସ ଷ୍ଟାଣ୍ଡ ନିକଟରେ ଥିବା ହକି ପଡିଆକୁ ପୋଲିସ ବିଭାଗ ଠାରୁ ଫେରିପାଇବାରେ ପରିଷଦ ବିଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଜମି ଉପରେ ଥିବା ଚନ୍ଦନ ପୋଖରୀ ରେ ପୌରପରିଷଦ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ଘଟଣା ଚିନ୍ତାର ବିଷୟ ବୋଲି ସମାଜସେବୀ ବିଦ୍ୟାଧର ଚୌଧୁରୀ କ୍ଷୋଭ ପ୍ରକାଶ କରିଛନ୍ତି । Conclusion:ତେବେ ପୌରପରିଷଦ ର ନିର୍ଦିଷ୍ଟ ସ୍ଥାନ ନିରୁପିତ ହୋଇଥିବା ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ତହସିଲ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇଥିବା ପୌରପରିଷଦ ର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତି ।
........
Byte :ବିଦ୍ୟାଧର ଚୌଧୁରୀ , ସମାଜସେବୀ
Byte : ଗୌର ଚନ୍ଦ୍ର ପଟ୍ଟନାୟକ , ପୌରପରିଷଦ ନିର୍ବାହୀ ଅଧିକାରୀ
.....
ଶାନ୍ତାକାର
କୋରାପୁଟ
......…...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.