ETV Bharat / state

କୋରାପୁଟ ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ - department of Revenue collection

ଚଳିତ ବର୍ଷ କୋରାପୁଟ ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ ଶତକଡା ୧୦୬ ଭାଗକୁ ଛୁଇଁଲା । ବିଭାଗକୁ ୨୬.୮୫ କୋଟି ଟଙ୍କା ରାଜସ୍ବ ଆଦାୟ । ଅଧିକ ପଢ଼ନ୍ତୁ

କୋରାପୁଟ ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ
କୋରାପୁଟ ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ
author img

By

Published : Apr 19, 2022, 6:51 AM IST

କୋରାପୁଟ : ଚଳିତ ବର୍ଷ କୋରାପୁଟ ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ ଶତକଡା ୧୦୬ ଭାଗକୁ ଛୁଇଁଲା । ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ଜଣାଇଛନ୍ତି । ସରକାରଙ୍କ ତରଫରୁ ବିଭାଗକୁ ୨୬ କୋଟି ଟଙ୍କା ରାଜସ୍ବ ଆଦାୟର ଲକ୍ଷ୍ୟ ରଖାଯାଇଥିବାବେଳେ କୋରାପୁଟ ଜିଲ୍ଲାରେ ତାହା ଲକ୍ଷ୍ୟ ଟପି ୨୬.୮୫ କୋଟି ଟଙ୍କାରେ ପହଞ୍ଚିଛି ।

କୋରାପୁଟ ଅବକାରୀ ବିଭାଗର ରାଜସ୍ବ ସଂଗ୍ରହ

ବିଭାଗ ଦ୍ଵାରା ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ୭୭୬ ଏକର ଜାଗାରେ ୯.୩୨ ଲକ୍ଷ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ବୋଲି ସେଠୀ ଜଣାଇଛନ୍ତି । ଏଥି ସହିତ ୩୭ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରି ସେ ସଂକ୍ରାନ୍ତରେ ୨୩ ଜଣଙ୍କୁ ଗିରଫ କରାଯାଇଛି । ଚଳିତ ମାସ ପ୍ରଥମ ଦିନରୁ ଜୟପୁର ସ୍ଥିତ ମହିଳା ଥାନା ନିକଟରେ ଅବକାରୀ ବିଭାଗ ତରଫରୁ ଏକ ଗଞ୍ଜେଇ ଗୋଦାମ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.