ETV Bharat / state

ଅନିଶ୍ଚିତତା ଭିତରେ ଯୁବତୀ ମାଆ, ଜନ୍ମ ଦେଲା ଶିଶୁପୁତ୍ର

ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବତୀଙ୍କୁ ଜଳଧର ଭତ୍ରା ନାମକ ଯୁବକ ଉଦ୍ଧାର କରିବା ସହ ନିଜ ଘରେ ରଖିଥିଲେ । ସେହି ଯୁବତୀ ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

helpless-mother-gives-birth-a-boy-child
ଅନିଶ୍ଚିତତା ଭିତରେ ଯୁବତୀ ମାଆ, ଜନ୍ମ ଦେଲା ଶିଶୁପୁତ୍ର
author img

By

Published : Feb 4, 2020, 9:31 AM IST

କୋରାପୁଟ: ଅନ୍ତଃସତ୍ତ୍ବା ହେବା ପରେ ଅଜଣା ପ୍ରେମିକର ପ୍ରତାରଣାର ଶିକାର ହୋଇ ପାଗଳୀ ପ୍ରାୟ ବୁଲୁଥିଲା ଯୁବତୀ । ଏପରିକି ସେମିଳିଗୁଡା ବସଷ୍ଟାଣ୍ଡରେ ପହଞ୍ଚିଥିଲାବେଳେ ନିଜ ପରିଚୟ କହି ପାରୁନଥିଲା ଯୁବତୀ। ଆତ୍ମହତ୍ୟା କରିବାକୁ ଯିବା ସମୟରେ ପେଟକଣାର ଯୁବକ ଜଳଧର ଭତ୍ରା ତାଙ୍କୁ ବାରଣ କରିଥିଲେ । ଏହା ସହ ତାଙ୍କୁ ଏକ ଚା ବଗିଚାରେ କର୍ମ ନିଯୁକ୍ତି ଦେବା ସହ ନିଜ ଘରେ ରଖିଥିଲେ । ସେ ଏବେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଅନିଶ୍ଚିତତା ଭିତରେ ଯୁବତୀ ମାଆ, ଜନ୍ମ ଦେଲା ଶିଶୁପୁତ୍ର

ଗତକାଲି ଯୁବତୀ ଜଣକ ପେଟ ବ୍ୟଥା ହେଉଥିବା କହିବା ପରେ ଜଳଧର ତାକୁ ସୁନାବେଡା ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ହେବା ପରେ ଯୁବତୀ ଜଣକ ଅଧିକ ଦୁଃଖୀ ହୋଇଉଠିଥିଲା ଓ ଭୋ ଭୋ କରି କାନ୍ଦି ଉଠିଥିଲା । ପିଲାଟିକୁ ହାତରେ ଧରି କେତେବେଳେ କେହି ତାକୁ ନେଇଯିବା ପାଇଁ ସେ ଚିତ୍କାର କରିଉଠୁଥିଲା ତ ଆଉ କେତେବେଳେ ଜୀବନରେ ମାରିଦେବାକୁ ଉଦ୍ୟତ ହେଉଥିଲା ବୋଲି ତାକୁ ସେବା ଯୋଗାଉଥିବା ମହିଳା ଜଣାଇଛନ୍ତି । " ମୋ ଜୀବନ ଠିକ ନାହିଁ , ୟାକୁ ନେଇ କୁଆଡେ ଯିବି କେମିତି ପୋଷିବି" ବୋଲି ବାରମ୍ବାର ବାହୁନି ଉଠୁଥିଲା ଯୁବତୀ । ନବଜାତ ଶିଶୁର ପିତାର ପରିଚୟକୁ ନିଜ ହୃଦୟରେ ଅଜଣା କାରଣରୁ ଚାପି ରଖିଥିବା ଯୁବତୀର କ୍ରନ୍ଦନ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଥିଲା । ତେବେ ଜଳଧର ଚାଇଲଡ଼ ଲାଇନକୁ ଖବର ଦେବା ପରେ ମା ଓ ନବଜାତ ଶିଶୁକୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ନବଜାତ ଶିଶୁକୁ ସିଡବ୍ଲ୍ୟୁସି ସମ୍ମୁଖରେ ଉପସ୍ଥାପନ କରି କୌଣସି ଏକ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯିବା ସହ ଯୁବତୀଙ୍କୁ ସଖୀର ସହଯୋଗରେ ସୁଧାର କେନ୍ଦ୍ରରେ ପୁନର୍ବାସ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଜଣାଇଛନ୍ତି । ତେବେ ଯୁବତୀର ଦୀର୍ଘସ୍ଥାୟୀ ରକ୍ଷଣାବେକ୍ଷଣ କରିବା ପାଇଁ ସରକାରଙ୍କ କୌଣସି ଏକ ଯୋଜନାରୁ ସହାୟତା ପ୍ରଦାନ କରି ବାସଗୃହ ଓ ଜୀବିକାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଅନ୍ତଃସତ୍ଵା ହେବା ପରେ ଅଜଣା ପ୍ରେମିକର ପ୍ରତାରଣାର ଶିକାର ହୋଇ ପାଗଳୀ ପ୍ରାୟ ବୁଲୁଥିବା ଅବସ୍ଥାରେ ସେମିଳିଗୁଡା ବସଷ୍ଟାଣ୍ଡ ପହଞ୍ଚିଥିଲା ନିଜ ପରିଚୟ କହି ପାରୁନଥିବା ଯୁବତୀ ।Body:କିଛିଦିନ ପୂର୍ବେ ଏହି ଯୁବତୀ ସହିତ ଦିନେ ଛୋଟାଗୁଡାର କୌଣସି ଏକ କଫି ବାଡ଼ରେ ସାଥି ହୋଇ କାମ କରୁଥିବା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପେଟକଣା ର ଯୁବକ ଜଳଧର ଭତ୍ରା ର ନଜର ତା ଉପରେ ପଡିଲା । ଜଳଧର ତା ପାଖକୁ ଯାଇ ପଚାରିବାରୁ ଯୁବତୀଟି ହତାଶା ଭରା ସ୍ୱରରେ ଜୀବନ ପ୍ରତି ଆସିଥିବା ବିରକ୍ତି ଭାବକୁ ପ୍ରକାଶ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଜଣାଇଥିଲା । ଜଳଧର ତାକୁ ଆତ୍ମହତ୍ୟା କରିବାକୁ ବାରଣ କରିବା ସହ , ନିଜ ପରିବାର ସହିତ ରହିବା ର ସୁଯୋଗ ଦେଇ ବର୍ତମାନ କାମ କରୁଥିବା ଏକ ସ୍ଥାନୀୟ କଫି ବଗିଚାରେ ତାକୁ କର୍ମ ଯୋଗାଇ ଦେଇଥିଲା । ଗତକାଲି ଯୁବତୀ ଜଣକ ପେଟ ବଥା ହେଉଥିବା କହିବା ପରେ ଜଳଧର ତାକୁ ସୁନାବେଡା ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତି କରିଥିଲା । ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ହେବା ପରେ ଯୁବତୀ ଜଣକ ଅଧିକ ଦୁଃଖୀ ହୋଇଉଠିଥିଲା ଓ ଭୋ ଭୋ କରି କାନ୍ଦି ଉଠିଥିଲା । ପିଲାଟିକୁ ହାତରେ ଧରି କେତେବେଳେ କେହି ତାକୁ ନେଇଯିବା ପାଇଁ ସେ ଚିତ୍କାର କରିଉଠୁଥିଲା ତ ଆଉ କେତେବେଳେ ଜୀବନରେ ମାରିଦେବାକୁ ଉଦ୍ୟତ ହେଉଥିଲା ବୋଲି ତାକୁ ସେବା ଯୋଗାଉଥିବା ମହିଳା ଜଣାଇଛନ୍ତି । " ମୋ ଜୀବନ ଠିକ ନାହିଁ , ୟାକୁ ନେଇ କୁଆଡେ ଯିବି କେମିତି ପୋଷିବି" ବୋଲି ବାରମ୍ବାର ବାହୁନି ଉଠୁଥିଲା ଯୁବତୀ । ନବଜାତ ଶିଶୁର ପିତାର ପରିଚୟକୁ ନିଜ ହୃଦୟରେ ଅଜଣା କାରଣରୁ ଚାପି ରଖିଥିବା ଯୁବତୀର କ୍ରନ୍ଦନ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଥିଲା ତେବେ ଜଳଧର ଚାଇଲଡ଼ ଲାଇନ କୁ ଖବର ଦେବା ପରେ ମା ଓ ନବଜାତ ଶିଶୁକୁ କୋରାପୁଟ ସ୍ଥିତ ଶହୀଦ ଲାଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି । ନବଜାତ ଶିଶୁକୁ ସିଡବ୍ଲ୍ୟୁସି ସମ୍ମୁଖରେ ଉପସ୍ଥାପନ କରି କୌଣସି ଏକ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯିବା ସହ ଯୁବତୀଙ୍କୁ ସଖୀ ର ସହଯୋଗରେ ସ୍ୱାଧାର କେନ୍ଦ୍ରରେ ପୁନର୍ବାସ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଜଣାଇଛନ୍ତି । ତେବେ ଯୁବତୀର ଦୀର୍ଘସ୍ଥାୟୀ ରକ୍ଷଣାବେକ୍ଷଣ କରିବା ପାଇଁ ସରକାରଙ୍କ କୌଣସି ଏକ ଯୋଜନାରୁ ସହାୟତା ପ୍ରଦାନ କରି ବାସଗୃହ ଓ ଜୀବିକା ର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି । Conclusion:ବାଇଟ : ଜଳଧର ଭତ୍ରା , ରକ୍ଷାକାରୀ ଯୁବକ
ବାଇଟ : ପଦ୍ମନ କୂଳଦୀପ , ଚାଇଲଡ଼ ଲାଇନ (with Beard)
ବାଇଟ : ଯୁକ୍ତା କୁମାରୀ ଦାସ , ସେବୀକା
ବାଇଟ : ରାଜଶ୍ରୀ ଦାସ , ଡିସିପିଓ
..........
ଶାନ୍ତାକାର
କୋରାପୁଟ
..............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.