ETV Bharat / state

ଖର୍ଚ୍ଚ ହେଉନି ସାଂସଦ ପାଣ୍ଠି ଅର୍ଥ, କ୍ଷୋଭ ପ୍ରକାଶ କଲେ କଂଗ୍ରେସ ନେତା - କ୍ଷୋଭ ପ୍ରକାଶ କଲେ କଂଗ୍ରେସ ନେତା

ଆମ୍ବୁଲାନ୍ସ ଚଳାଇବା ପାଇଁ ଆନୁସଙ୍ଗିକ ଖର୍ଚ୍ଚ ରହୁଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂତନ ଆମ୍ବୁଲାନ୍ସ କିଣା ନଯାଇ ବେସରକାରୀ ଆମ୍ବୁଲାନ୍ସକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରୁଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ପଷ୍ଟ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଖର୍ଚ୍ଚ ହେଉନି ସାଂସଦ ପାଣ୍ଠିର ଅର୍ଥ, କ୍ଷୋଭ ପ୍ରକାଶ କଲେ କଂଗ୍ରେସ ନେତା

author img

By

Published : Aug 11, 2020, 10:55 PM IST

କୋରାପୁଟ: କୋଭିଡ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ କୋରାପୁଟରେ ଆମ୍ବୁଲାନ୍ସ , ଭେଣ୍ଟିଲେଟର ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଯୋଗାଣକାରୀ ସରଞ୍ଜାମର ଆବଶ୍ୟକତାକୁ ଦେଖି ଗତ ମାର୍ଚ୍ଚ ମାସରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା କୋରାପୁଟ ଜିଲ୍ଲା ପ୍ରଶାସନକୁ ସାଂସଦ ପାଣ୍ଠିରୁ 50 ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଏହି ଅର୍ଥ ଖର୍ଚ୍ଚ ନ ହେବା ନେଇ ସାଂସଦ ନିକଟ ଅତୀତରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଖର୍ଚ୍ଚ ହେଉନି ସାଂସଦ ପାଣ୍ଠିର ଅର୍ଥ, କ୍ଷୋଭ ପ୍ରକାଶ କଲେ କଂଗ୍ରେସ ନେତା

ତେବେ ଆମ୍ବୁଲାନ୍ସ ଚଳାଇବା ପାଇଁ ଆନୁସଙ୍ଗିକ ଖର୍ଚ୍ଚ ରହୁଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂତନ ଆମ୍ବୁଲାନ୍ସ କିଣା ନଯାଇ ବେସରକାରୀ ଆମ୍ବୁଲାନ୍ସକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରୁଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ପଷ୍ଟ କରିଛନ୍ତି । କିନ୍ତୁ ରାୟଗଡା ଜିଲ୍ଲାରେ ଏହି ଅର୍ଥର ସୁବିନିଯୋଗ ହୋଇ ସାରିଥିବା ବେଳେ କୋରାପୁଟ ଜିଲ୍ଲାରେ ସରକାରଙ୍କ ଏପରି ଅଲଗା ନୀତି ଉପରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ମାଲକାନଗିରି ର ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରଶ୍ନ କରିଛନ୍ତି ।

କୋଭିଡ ଭଳି ଏକ ମହାମାରୀ ସହିତ ଲଢେଇ କରୁଥିବା ସମୟରେ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲାଭ କ୍ଷତି ଦେଖିବା ଠିକ ନୁହେଁ ବୋଲି ସେ ମତ ରଖିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.