ETV Bharat / state

ସଜାଗ ଯୁବପିଢ଼ି, ମହତ ଉଦ୍ଦେଶ୍ୟରେ ମନୋନିବେଶ କରୁଛନ୍ତି ଛାତ୍ରଛାତ୍ରୀ - ସରକାରୀ ମହାବିଦ୍ୟାଳୟ

ଏନଏସଏସ ଓ ୟୁଥ ରେଡକ୍ରସ ତରଫରୁ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିରର ଆୟୋଜିତ । ଅଧିକ ପଢ଼ନ୍ତୁ

Blood Donation Camp
Blood Donation Camp
author img

By ETV Bharat Odisha Team

Published : Sep 28, 2023, 2:02 PM IST

Blood Donation Camp

କୋରାପୁଟ: ରକ୍ତଦାନ ମହତଦାନ । ଗୋଟିଏ ବୁନ୍ଦା ରକ୍ତ ହିଁ ଅନ୍ୟକୁ ନୂଆ ଜୀବନ ଦେଇପାରେ । ରକ୍ତଦାନର ମହତ୍ଵକୁ ହୃଦୟଙ୍ଗମ କରି କୋରାପୁଟର ଲାଣ୍ଡୀଗୁଡା ସରକାରୀ ମହାବିଦ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ପୁରାତନ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ତଦାନକୁ ନେଇ ଚେତନା ସୃଷ୍ଟି କରିବା ପାଇଁ ଏପରି ପ୍ରଚେଷ୍ଟା କରାଯାଇଥିବା କହିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀପକ ପଟ୍ଟନାୟକ ।

ଏହା ମଧ୍ଯ ପଢନ୍ତୁ-ଶରୀରରେ ଟାଟୁ କରିଥିଲେ ବ୍ଲଡ ଦେଇପାରିବେ କି ? କଣ କହୁଛି 'ହୁ' ରିପୋର୍ଟ

ବୁଧବାର ଦିନ ସରକାରୀ ମହାବିଦ୍ୟାଳୟରେ ଏନଏସଏସ ଓ ୟୁଥ ରେଡକ୍ରସ ଦ୍ବାରା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ରକ୍ତଦାନ କରିବା ସହ ଏହାର ମହତ୍ବ ଉପରେ ବିଶିଷ୍ଟ ବ୍ୟକ୍ତି ମାନେ ଆଲୋକପାତ କରିଥିଲେ । ରକ୍ତ ସଂଗ୍ରହ କରିବା ପାଇଁ ମହାବିଦ୍ୟାଳୟକୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାର କର୍ମୀମାନେ ଆସିଥିଲେ । ଶିବିରରେ ରେଜିଷ୍ଟ୍ରେସନଠାରୁ ଆରମ୍ଭ କରି ରକ୍ତଦାନରେ ସହଯୋଗ କରିଥିଲେ । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ରକ୍ତଦାନ କରି ଖୁସୀ ବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦୂର ହେବ ରକ୍ତ ଅଭାବ ସମସ୍ୟା, ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର

ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପକ ପଟ୍ଟନାୟକ କହିଛନ୍ତି ଯେ, ଦୀର୍ଘ ଦିନ ହେଲା କଲେଜରେ ମେଗା ବ୍ଲଡ ଡୋନେସର କ୍ୟାମ୍ପ ଆୟୋଜନ ହୋଇନଥିଲା । ବୁଧବାର ଏନଏସଏସ ଓ ୟୁଥ ରେଡକ୍ରସ ତରଫରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନେ ରକ୍ତଦାନ କରିଛନ୍ତି । ବହୁଦିନର ବ୍ୟବଧାନ ପରେ ଏମିତି ଶିବିରର ଆୟୋଜନ ହୋଇଥିବାରୁ ସମସ୍ତେ ବେଶ ଉତ୍ସାହୀ ଅଛନ୍ତି । ରକ୍ତଦାନ ଏକ ମହତ କାମ । ଏହି ମହାନ ସେବା ମାଧ୍ୟମରେ ଜଣେ ଅଜଣା ବ୍ୟକ୍ତିର ଜୀବନ ଆମେ ବଞ୍ଚାଇ ପାରିବା । ଏହି ଚେତନାରେ ପିଲାମାନେ ରକ୍ତ ଦେବାକୁ ଆସନ୍ତୁ । ଏହା ହେଉଛି ମେଗା ରକ୍ତଦାନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ।

ରକ୍ତଦାନ କରିଥିବା ଜଣେ ଛାତ୍ର କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ସେ 11 ଥର ରକ୍ତଦାନ କରିସାରିଲିଣି । ତାଙ୍କ ପାଇଁ ଏହା ଏକ ଗର୍ବର ବିଷୟ । ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ରକ୍ତଦାନ କରିଛନ୍ତି। ସେମାନେ ମଧ୍ୟ ପ୍ରଥମ ଥର ପାଇଁ ରକ୍ତଦାନ କରିଥିବାରୁ ବେଶ ଖୁସି ଥିବା କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.