ETV Bharat / state

କୋଟିଆରେ ଆନ୍ଧ୍ର ନିର୍ବାଚନକୁ ଅସିଦ୍ଧ ଘୋଷଣା, ଓଡିଶା ଉପରେ ରହିଛି ଗୁରୁ ଦାୟିତ୍ବ - କୋରାପୁଟ

ଏପ୍ରିଲ 8 ତାରିଖରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ତେବେ ଆଗାମୀ ଦିନରେ ପୁନଃ ନିର୍ବାଚନ ହେବା ସ୍ଥିତିରେ କୋଟିଆ ଅଞ୍ଚଳରେ ପ୍ରସ୍ତୁତିକୁ ନେଇ ଆଶା ଓ ଆଶଙ୍କା ଦେଖାଦେଇଛି । ଅଧିକ ପଢନ୍ତୁ...

କୋଟିଆରେ ଆନ୍ଧ୍ର ନିର୍ବାଚନକୁ ଅସିଦ୍ଧ ଘୋଷଣା, ଓଡିଶା ଉପରେ ରହିଛି ଗୁରୁ ଦାୟିତ୍ବ

author img

By

Published : May 22, 2021, 12:41 PM IST

କୋରାପୁଟ: ଏପ୍ରିଲ 8 ତାରିଖରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର କୋଟିଆ ପଞ୍ଚାୟତରେ ନିର୍ବାଚନ କରାଯାଇଥିଲା । ତେବେ ନିକଟରେ ତଳ ଗଞ୍ଜେଇପଦର, ଧୂଳିପଦର, ଫାଟୁସିନେରୀ ଓ ଫଗୁଣସିନେରୀ ଅଞ୍ଚଳର ଲୋକଙ୍କୁ ନେଇ ହୋଇଥିବା ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ଏହାସହ ଆସନ୍ତାଦିନରେ ପୁନଃ ନିର୍ବାଚନ ହେବା ସ୍ଥିତିରେ କୋଟିଆ ଅଞ୍ଚଳରେ ପ୍ରସ୍ତୁତିକୁ ନେଇ ଆଶା ଓ ଆଶଙ୍କା ଦେଖାଦେଇଛି ।

କୋଟିଆରେ ଆନ୍ଧ୍ର ନିର୍ବାଚନକୁ ଅସିଦ୍ଧ ଘୋଷଣା, ଓଡିଶା ଉପରେ ରହିଛି ଗୁରୁ ଦାୟିତ୍ବ

ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଘଂନ ହୋଇଥିବା କୋର୍ଟ ରାୟ ଦେଇଥିବା ବେଳେ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମୟରେ କୋଟିଆ ପଞ୍ଚାୟତରେ ପ୍ରତି ଗ୍ରାମରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଓ ରାସନ କାର୍ଡ ଗୁଡିକ ଯାଞ୍ଚ କରିବାର ଆବଶ୍ୟକତା ଉପରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡା ଗୁରୁତ୍ଵ ଦେଇଛନ୍ତି ।

କୋଟିଆ ଅଞ୍ଚଳର ସମସ୍ତଙ୍କ ପାଖରେ କେବଳ ଓଡିଶାର ଠିକଣା ଓ ମାନ୍ୟତାର ଚିହ୍ନ ଥିବା କାର୍ଡ ରହିବା ଜରୁରୀ । ଏହାସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଓଡିଶା ପ୍ରତି ବଢୁଥିବା ଆନୁଗତ୍ୟ ବଳରେ ହିଁ ଆନ୍ଧ୍ରପ୍ରଦେଶକୁ କୂଟନୀତିରେ ହରାଇ ପାରିବା ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ଓଡିଶା ସରକାର ତଥା ବିଶେଷ କରି କୋରାପୁଟ ଜିଲ୍ଲା ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କରିପାରିଲେ ଓଡ଼ିଶାର ସ୍ଥିତି ସୁଦୃଢ ହୋଇପାରିବ ।

ଏଥିସହିତ କୋଟିଆ ଅଞ୍ଚଳ ଓଡ଼ିଶାର ହୋଇଥିବାର ପ୍ରମାଣ ରହିଥିବା ବେଳେ ଓଡିଶାର ଜନସାଧାରଣ କୋଟିଆକୁ ଏକ ବିବାଦୀୟ ଅଞ୍ଚଳ ବୋଲି ନକହି ଏହି ଅଞ୍ଚଳକୁ ଓଡ଼ିଶାର ବୋଲି ମୁକ୍ତ କଣ୍ଠରେ କହିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । 1945 ମସିହାର ମାନଚିତ୍ର ଅନୁଯାୟୀ ସମଗ୍ର କୋଟିଆ ଅଞ୍ଚଳ ଓଡିଶା ମଧ୍ୟରେ ରହିଛି ତେଣୁ କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ବିବାଦ ସୃଷ୍ଟି କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.