ETV Bharat / state

ବଡଦିନ ମଉକା ନେଇ କୋଟିଆରେ ପଶିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ପାଳିଲେ ଖ୍ରୀଷ୍ଟମାସ - କୋଟିଆରେ ଖ୍ରୀଷ୍ଟମାସ ପାଳିଲେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ

କୋଟିଆ ପଞ୍ଚାୟତ ଅନ୍ତର୍ଗତ ତାଡ଼ିୱାଲାସାରେ ଲୋକଙ୍କ ସହ ମିଶି ଖ୍ରୀଷ୍ଟମାସ ସାଲୁର ବିଧାୟକ ରାଜନ୍ ଦୋରା । ତେବେ କୋଟିଆରେ ଖ୍ରୀଷ୍ଟମାସ ପାଳନକୁ ପଛରେ କଣ ଉଦ୍ଦେଶ୍ୟ ରହିଛି ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଅଧିକ ପଢନ୍ତୁ

ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ
ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ
author img

By

Published : Dec 26, 2022, 9:56 AM IST

ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ

କୋରାପୁଟ: ରବିବାର ଥିଲା ବଡଦିନ ବା ଖ୍ରୀଷ୍ଟମାସ । ଧରାବତରଣ କରିଥିଲେ ଯୀଶୁ । ବଡଦିନକୁ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏହାର ଫାଇଦା ଉଠାଇଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ! କୋଟିଆ ପଞ୍ଚାୟତରେ ପ୍ରବେଶ କରି ତାଡ଼ିୱାଲାସା ଠାରେ ଖ୍ରୀଷ୍ଟମାନ ପାଳିଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ରାଜନ୍ ଦୋରା (Andhra pradesh Deputy Chief Minister Rajanna Dora) । ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ରବିବାର ଦିନ ଆୟୋଜିତ ସଭାରେ ସାଲୁର ବିଧାୟକ ରାଜନ୍ ଦୋରା ଯୀଶୁଖ୍ରୀଷ୍ଟଙ୍କ ଗୁଣଗାନ କରିବା ସହ ତାଙ୍କ ସୁପୁତ୍ର ଭାବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ କିପରି ସାଧାରଣ ଲୋକଙ୍କ ସୁଖ ଦୁଃଖର କଥା ବୁଝୁଛନ୍ତି ସେନେଇ ଆଲୋକପାତ କରିଥିଲେ । ସମସ୍ତ ଆଦିବାସୀଙ୍କୁ ଘର, ଚାଷଜମି ଦେବା ସହ ପ୍ରତ୍ୟେକ ଆଦିବାସୀ ପିଲା କିପରି ଶିକ୍ଷା ପାଇ ପାରିବେ ସେ ଦିଗରେ ତାଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: BJD Foundation Day: 26 ବର୍ଷରେ ପାଦ ଦେଲା BJD, ମହାପ୍ରଭୁଙ୍କୁ ଦୀପଦାନ

କୋଟିଆ ସମ୍ପର୍କରେ ବିଶେଷ ମନ୍ତବ୍ୟ କିଛି ଦେଇନଥିଲେ ବି ଜଣେ ଉପ ମୁଖ୍ୟମନ୍ତ୍ରୀ ସମଗ୍ର ଆନ୍ଧ୍ର ପ୍ରଦେଶର ହଜାର ହଜାର ଗାଁକୁ ଛାଡି ଓଡ଼ିଶାର କୋଟିଆ ପଞ୍ଚାୟତର ଏକ ଗ୍ରାମରେ ଖ୍ରୀଷ୍ଟମାସ ପାଳିବା ପଛରେ କଣ ରହସ୍ୟ ରହସ୍ୟ ରହିଛି ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କୋରାପୁଟ

For All Latest Updates

TAGGED:

Christmas

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.