ETV Bharat / state

କୋରାପୁଟରେ ହେବ ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା - କୋରାପୁଟ ଷ୍ଟାଡିୟମରେ ନିଯୁକ୍ତି ମେଳା

କୋରାପୁଟରେ ପ୍ରଥମ ଥର ପାଇଁ ଚଳିତ ମାସ ୧୬ ଓ ୧୭ ତାରିଖରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Oct 11, 2019, 2:30 AM IST

କୋରାପୁଟ: ପ୍ରଥମ ଥର ପାଇଁ କୋରାପୁଟରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା । କୋରାପୁଟ ଷ୍ଟାଡିୟମକୁ ଏହି ମେଗା ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତ କରାଯାଉଛି । ପ୍ରାୟ 4 ଦିନ ଧରି ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ । ସେଥିପାଇଁ ଏହି ନିଯୁକ୍ତି ମେଳାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ । ଚଳିତ ମାସ ୧୬ ଓ ୧୭ ତାରିଖରେ ଅନୁଗୋଳ, ଭଦ୍ରକ, ଜଗତସିଂହପୁର, ବରଗଡ, ବୌଦ୍ଧ, ଝାରସୁଗୁଡା, କଟକ, ନୟାଗଡ, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ସୁନ୍ଦରଗଡ, ଜିଲ୍ଲାର ଆଶାୟୀ ପ୍ରାର୍ଥୀ ନିଯୁକ୍ତି ମେଳାରେ ଯୋଗ ଦେବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

୧୮ ଓ ୧୯ ତାରିଖ ଦିନ ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦ୍ରାପଡା, କଳାହାଣ୍ଡି, ମାଲକାନଗିରି, ନୂଆପଡା, ନବରଙ୍ଗପୁର, କେନ୍ଦୁଝର, କୋରାପୁଟ, ପୁରୀ, ଦେବଗଡ, ରାୟଗଡା, ସମ୍ବଲପୁର ଜିଲ୍ଲାର ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ କରାଯାଇଛି । ଏନେଇ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସୂଚନା ଦେଇଛନ୍ତି ।

କୋରାପୁଟରୁ ସି .ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟରେ ପ୍ରଥମ ଥର ପାଈଁ ଆୟୋଜିତ ହେବ ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳାBody:ଏହି ନିଯୁକ୍ତିମେଳାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ପ୍ରାର୍ଥୀ ଆସୁଥିବା ଯୋଗୁଁ ନିଯୁକ୍ତି ମେଳାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ ୧୬ ଓ ୧୭ ତାରିଖରେ ୧୫ଟି ଜିଲ୍ଲାର ପ୍ରାର୍ଥୀଙ୍କ ପାଈଁ ଉଦ୍ଧିଷ୍ଟ ଥିବା ବେଳେ ୧୮ ଓ ୧୯ ତାରିଖରେ କୋରାପୁଟ ସମେତ ବାକି ୧୫ଟି ଜିଲ୍ଲା ର ପ୍ରାର୍ଥୀ ନିଯୁକ୍ତି ମେଳାରେ ଯୋଗ ଦେବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତିConclusion:ଏହି ସମସ୍ତ କାର୍ଯ୍ୟକ୍ରମ କୋରାପୁଟ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବ ।
..........
Byte : ଦେବେନ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ
...........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.