ETV Bharat / state

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ, ଭର୍ଚୁଆଲରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସରେ ଭର୍ଚୁଆଲ ମୋଡରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ

author img

By ETV Bharat Odisha Team

Published : Aug 29, 2023, 9:55 PM IST

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଳନ କଲା ୧୫ତମ ପ୍ରତିଷ୍ଠା ଦିବସ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ଭାବେ ସାରସ୍ୱତ ଅତିଥି ଭାବେ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏଏମବି ଭାଗଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିଭାଷ ଚନ୍ଦ୍ର ଝା ପ୍ରତିଷ୍ଠା ଦିବସର ଅଭିଭାଷଣ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଏନ୍ ସି ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ସଭାକୁ ସମ୍ବୋଧିତ କରି କହିଥିଲେ, ‘‘ବିଶ୍ୱବିଦ୍ୟାଳୟ ଭବିଷ୍ୟତରେ ସଫଳତା ହାସଲ କରିବା ପାଇଁ ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱାରୋପ କରୁ । ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ସମସ୍ତଙ୍କୁ ଅଭିନନ୍ଦନ । ୩ଏସ୍ ବିକାଶ ସ୍କିଲ, ସ୍କେଲ୍ ଏବଂ ସ୍ପିଡ୍ ଉପରେ ଗୁରୁତ୍ୱାରୋପ କରିବା ଉଚିତ୍ । ବିଦ୍ୟାର୍ଥୀମାନେ ଦକ୍ଷତା ହାସଲ କରିବା, ନୂତନ ସ୍ତରରେ ପହଞ୍ଚିବା ଏବଂ ବିଶ୍ୱ ସହିତ ତାଳ ମିଳାଇ କାର୍ଯ୍ୟ ସେମାନେ ନିଜକୁ ଦକ୍ଷ କରିବା ପାଇଁ ବିଶ୍ବ ବିଦ୍ୟାଳୟର କାର୍ଯ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ।

ଅଧିକ ପଢନ୍ତୁ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଜନଜାତୀୟ ଲାଇବ୍ରେରୀ ଓ ସଂଗ୍ରହାଳୟ

କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ସଭାପତିତ୍ବ ଭାଷଣ ଦେଇ ୧୪ ବର୍ଷ ପୂର୍ତ୍ତି ଅବସରରେ ବିଶ୍ୱବିଦ୍ୟାଳୟ ପରିବାରକୁ ଅଭିନନ୍ଦନ ଜଣାଇଥିଲେ। ସ୍ୱାଧୀନତା ସଂଗ୍ରାମୀ ତଥା ଭୂମିପୁତ୍ର ସହିଦ ଲକ୍ଷ୍ମଣ ନାୟକଙ୍କୁ ସ୍ମରଣ କରି ସେ ଭାଷଣ ଆରମ୍ଭ କରିଥିଲେ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୧୪ ବର୍ଷର ସଫଳତା ବର୍ଣ୍ଣନା କରିଥିଲେ । ଚଳିତ ବର୍ଷ ବିଶ୍ୱବିଦ୍ୟାଳୟରେ କୃଷି, ଜଙ୍ଗଲ ପରିଚାଳନା, ପଶୁପାଳନ ଓ ଦୁଗ୍ଧ ଚାଷ କ୍ଷେତ୍ରରେ ୩ଟି ନୂତନ ବିଜ୍ଞାନରେ ସ୍ନାତକ ଏବଂ ଲଜିଷ୍ଟିକ୍ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଯାଇଥିବା ସେ କହିଥିଲେ । ଏନଇପି ୨୦୨୦ ଅନୁଯାୟୀ ସେ ଛାତ୍ରମାନଙ୍କୁ ଚାକିରି ଖୋଜିବା ନୁହେଁ, ବରଂ ଚାକିରି ପ୍ରଦାନକାରୀ ହେବାକୁ ଅନୁରୋଧ କରିଥିଲେ ଏବଂ ଆଶା କରିଥିଲେ ଯେ ପ୍ରତ୍ୟେକ ଛାତ୍ର ଦେଶର ଏକାଡେମିକ ଲିଡର ହେବେ ।

କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଥିଲେ, ‘‘ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ କିଛି ମାତ୍ରାରେ ସଫଳ ହୋଇଛି। କିନ୍ତୁ ଏହାକୁ ଆହୁରି ବହୁ ଆଗକୁ ଯିବାକୁ ଅଛି ଏବଂ ତଥାପି ଶିକ୍ଷାଗତ ଉତ୍କର୍ଷତା ହାସଲ କରିବା ପାଇଁ ଅନେକ କାର୍ଯ୍ୟ କରିବାକୁ ପଡିବ । ପ୍ରତ୍ୟେକ ବିଭାଗ ଓ ଏହାର ଅଧ୍ୟାପକମାନଙ୍କ ସଫଳତା ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ।’’

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.