ETV Bharat / state

G20 Meet: ଭାରତ ଓ ସିଙ୍ଗାପୁର ମଧ୍ୟରେ ୱାର୍କସପ, ଶିକ୍ଷାକୁ ନେଇ ବଦଳିବ ଢାଞ୍ଚା

author img

By

Published : Apr 25, 2023, 7:49 PM IST

Updated : Apr 25, 2023, 8:40 PM IST

ଜି-୨୦ ସମ୍ମିଳନୀରେ ଭାରତ ଓ ସିଙ୍ଗାପୁରର ମିଳିତ ଉଦ୍ୟମରେ ୱାର୍କସପ ଆୟୋଜିତ । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଭୋକେସନାଲ ଏଜୁକେସନରେ ଔପଚାରିକ ରୂପ ଦେବା ଉପରେ ଆୟୋଜିତ ଏହି ୱାର୍କସପ । ଅଧିକ ପଢନ୍ତୁ

Etv Bharat
Etv Bharat
G20 Meet: ଭାରତ ଓ ସିଙ୍ଗାପୁର ମଧ୍ୟରେ ୱାର୍କସପ, ଶିକ୍ଷାକୁ ନେଇ ବଦଳିବ ଢାଞ୍ଚା

ଭୁବନେଶ୍ବର: ଭାରତ ଏବଂ ସିଙ୍ଗାପୁରର ସ୍କିଲ୍ ଆର୍କିଟେକଚର ଏବଂ ଗଭର୍ନାନ୍ସ ମଡେଲଗୁଡିକ ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି । ଏହାଦ୍ବାରା ଦୁଇ ଦେଶର ନାଗରିକମାନଙ୍କୁ ବିକାଶଶୀଳ ଚାକିରି ବଜାର ସହିତ ଖାପ ଖୁଆଇବାରେ ଅଭିନବ ଦକ୍ଷତା, ଆର୍କିଟେକଚର ଏବଂ ଶାସନ ମଡେଲଗୁଡିକର ବିକାଶ କାର୍ଯ୍ୟର ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ।

କାର୍ଯ୍ୟକ୍ରମରେ ଦୁଇ ଦେଶର ଭବିଷ୍ୟତର ଦୃଷ୍ଟିକୋଣ ସମ୍ବନ୍ଧରେ ମୂଲ୍ୟବାନ ସୂଚନା ଆଦାନ ପ୍ରଦାନ କରାଯାଇଛି । ସିଙ୍ଗାପୁର ଦ୍ବାରା ରଖାଯାଇଥିବା ନୀତି, କାର୍ଯ୍ୟକ୍ରମ ଏବଂ ପଦକ୍ଷେପଗୁଡିକୁ ପରୀକ୍ଷା କରି ଆମେ ତାଙ୍କର ରଣନୀତି ଏବଂ ଆଭିମୁଖ୍ୟ ବିଷୟରେ ଏକ ଭଲ ବୁଝାମଣା ହାସଲ କରାଯାଇପାରିବ ଯାହା ଭବିଷ୍ୟତର ଚାକିରି ପାଇଁ କର୍ମଚାରୀଙ୍କୁ ପ୍ରସ୍ତୁତ କରିବାରେ ଅଧିକ ପ୍ରଭାବୀ କରିପାରିବ। ଏହି କାର୍ଯ୍ୟକ୍ରମରେ ଏମଏସଡ଼ିଇ ସଚିବ ଅତୁଲ କୁମାର ତିୱାରୀ, ସିଙ୍ଗାପୁର ଶିକ୍ଷାମନ୍ତ୍ରୀ ଚାଙ୍ଗ ଚୂନ ସିଂ ନିଜର ବାର୍ତ୍ତା ଭିଡିଓ ମେସେଜ ଦ୍ବାରା ରଖିଥିଲେ ।

ଏହା ବି ପଢନ୍ତୁ-ଖରାପ ଭିତ୍ତିଭୂମି ହିଁ ପାୱାର କଟ ପଛର କାରଣ ! କିଏ କଲା ଟଙ୍କା ବାଟମାରଣା ?

ସିଙ୍ଗାପୁରର ଉଚ୍ଚଶିକ୍ଷା ଏବଂ ଦକ୍ଷତା ମନ୍ତ୍ରାଳୟର ଉପ ସଚିବ ତଥା ସିଙ୍ଗାପୁର ପ୍ରତିନିଧି ଦଳର ମେଲିଶା ଖୁ ଏବଂ ସିଙ୍ଗାପୁରର ରାଷ୍ଟ୍ରଦୂତ ସାଇମନ ୱାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ବିଗତ ଶତାବ୍ଦୀରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି କରିଛି ସିଙ୍ଗାପୁର । ଯାହାକି ବିଶ୍ବର ଏକ ମଡେଲ ହୋଇଛି । ବିଶେଷ କରି ସିଙ୍ଗାପୁର ନିଜର ଦକ୍ଷତା ବଢ଼ାଇଥିବା କାରଣରୁ ଏବଂ ଶିକ୍ଷା ସହ ଦକ୍ଷତା ବିକାଶ କରିଥିବା କାରଣରୁ ଅର୍ଥନୀତିରେ ସେ ତାଙ୍କର ସ୍ଥାନ ନିରୂପଣ କରିପାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସ ବଳରେ ସିଙ୍ଗାପୁର ଏବଂ ଭାରତ ମଧ୍ୟରେ ମିତ୍ରତା ବଢ଼ିଛି । ଭାରତର ଇକୋନୋମିକ୍ସ ଇନଷ୍ଟ୍ରୁମେଣ୍ଟ ବା upi ସିଙ୍ଗାପୁର ସରକାର ଲାଗୁ କରିଛନ୍ତି ।

ସିଙ୍ଗାପୁର ଏବଂ ଭାରତ ମିଶି ସ୍ପେସରେ ରକେଟ କ୍ଷେତ୍ରରେ ମିଳିତ ଭାବେ କାମ କରିବାର ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି । ଆଗାମୀ ଦିନରେ ଏ କ୍ଷେତ୍ରରେ ଆହୁରି ଅନେକ ଦିଗ ଯୋଡ଼ି ହେବ । ନିକଟରେ ସିଙ୍ଗାପୁରର ଶିଳ୍ପମନ୍ତ୍ରୀ ଭାରତ ଆସିଥିଲେ । ସେ ଜଣେ ଭାରତୀୟ ବଂଶଜ । ଏହାସହ ସିଙ୍ଗାପୁର ଅର୍ଥନୀତି କ୍ଷେତ୍ରରେ ଜଣେ ବରିଷ୍ଠ ଅଧିକାରୀ ଓଡିଶାର ସୁପୁତ୍ର ସ୍ଵପ୍ନେନ୍ଦୁ ମହାନ୍ତି ମଧ୍ୟ ଥିଲେ । ସେମାନଙ୍କ ସହ ଆଲୋଚନା କରି ଗୋଟିଏ ବିଷୟ ନିଷ୍ପତ୍ତି ହୋଇଥିଲା ଯେ ଭୁବନେଶ୍ବରରେ ଫ୍ୟୁଚର ଅଫ ୱାର୍କ ପାଇଁ ଏକାଠି ହେବା । ସେତେବେଳେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ସ୍କିଲିଂକୁ ଭୋକେସନାଲ ଏଜୁକେସନରେ ଔପଚାରିକ ରୂପ ଦେବା ସେ ନେଇ ଏକ ମିଳିତ ପ୍ରୟାସର ଆବଶ୍ୟକତା ଅଛି । ସେଥିପାଇଁ ଏହି ୱାର୍କସପ୍ ଆୟୋଜନ କରାଯାଇଛି ।"

ସିଙ୍ଗାପୁର ସରକାରଙ୍କ ଶିକ୍ଷା ତଥା ଦକ୍ଷତା ବିଭାଗର ଅଧିକାରୀ, ବୈଦେଶିକ ବିଭାଗର ଅଧିକାରୀମାନଙ୍କ ସହ ଭାରତ ସରକାରଙ୍କ ବିଭାଗ ଦକ୍ଷତା ବିକାଶ ମନ୍ତ୍ରଣାଳୟ, ସ୍କୁଲ ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ତିନୋଟି ଯାକ ବିଭାଗ ମିଶାଇ, ସ୍କୁଲଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ NCVT, DGT, NCERT, CBSC, AICTE ଏ ସମସ୍ତେ ମିଳିତ ଭାବେ ସିଙ୍ଗାପୁର ମଡେଲକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଗ୍ରହଣୀୟ କରାଯାଇ ଅଧିକ କରାଯାଇପାରିବ ସେ ନେଇ ଉଭୟ ଦେଶ ଆଲୋଚନା କରିଛନ୍ତି । ଏହି ପ୍ରକାର ମୌଳିକ କାମ ଏହି କର୍ମଶାଳାରେ ଆରମ୍ଭ ହୋଇଛି । ଏ ନେଇ ସିଙ୍ଗାପୁରର ବୈଦେଶିକ ବିଭାଗ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି । ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ତାଙ୍କ ଉଦବୋଧନରେ ଆହ୍ବାନ କରିଛନ୍ତି । ଭାରତର ଅନେକ ରାଜ୍ୟ ସିଙ୍ଗାପୁର ସହ ଅନୁବନ୍ଧିତ ମଧ୍ୟ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 25, 2023, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.