ETV Bharat / state

WODCର ୬୨ତମ କାଉନ୍ସିଲ ବୈଠକ: 741ଟି ମୁଖ୍ୟମନ୍ତ୍ରୀ ସଭାଘର ପାଇଁ 62 କୋଟି ମଞ୍ଜୁର

author img

By ETV Bharat Odisha Team

Published : Aug 24, 2023, 7:34 AM IST

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା ଡବ୍ଲ୍ୟୁଓଡିସିର ୬୨ତମ କାଉନ୍ସିଲ ବୈଠକ ଅନୁଷ୍ଠିତ । 741ଟି ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ ସାରିବା ନିମନ୍ତେ 62 କୋଟି 7ଲକ୍ଷ ଟଙ୍କା ଅନୁମୋଦନ । ଅଧିକ ପଢ଼ନ୍ତୁ

WODCର ୬୨ତମ କାଉନ୍ସିଲ ବୈଠକ
WODCର ୬୨ତମ କାଉନ୍ସିଲ ବୈଠକ
WODCର ୬୨ତମ କାଉନ୍ସିଲ ବୈଠକ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା ଡବ୍ଲ୍ୟୁଓଡିସିର ୬୨ତମ କାଉନ୍ସିଲ ବୈଠକ ରାଜୀବ ଭବନ ଠାରେ ଥିବା ପରିଷଦ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ । ତେବେ 741ଟି ମୁଖ୍ୟମନ୍ତ୍ରୀ ସଭାଗୃହ ନିର୍ମାଣ ସାରିବା ନିମନ୍ତେ 62 କୋଟି 7ଲକ୍ଷ ଟଙ୍କାର ଖର୍ଚ୍ଚ ହେବ । ଏହାସହ 2023-24 ଆର୍ଥିକ ବର୍ଷରେ ଅସମ୍ପୂର୍ଣ୍ଣ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ସାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ 125 କୋଟି ଟଙ୍କା ଅନୁଦାନରୁ ଏହା ଖର୍ଚ୍ଚ ହେବା ନେଇ କାଉନ୍ସିଲ ବୈଠକରେ ପ୍ରସ୍ତାବ ଉପସ୍ଥାପିତ ହୋଇଛି ।

ତେବେ ଏହି ପରିଷଦ ବୈଠକରେ ସାଂସଦ, ବିଧାୟକ ଏବଂ ଅନ୍ୟମାନଙ୍କ ଦ୍ବାରା ସୁପାରିଶ କରାଯାଇଥିବା 2023 ଏପ୍ରିଲ 1 ରୁ 2023 ଅଗଷ୍ଟ 21 ମଧ୍ୟରେ 1416ଟି ଲୋକ କେନ୍ଦ୍ରିତ ଉନ୍ନୟନ ପ୍ରକଳ୍ପ ପାଇଁ 118କୋଟି 82ଲକ୍ଷ ଟଙ୍କାର ଅନୁମୋଦନକୁ ମଞ୍ଜୁର କରାଯାଇଛି । ବୈଠକରେ ବିଧାୟକମାନଙ୍କ ସମେତ ଉପସ୍ଥିତ ସମସ୍ତ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ସଭାଘର ପରି ଉନ୍ନତ ମାନର ପ୍ରକଳ୍ପ ଗୁଡିକର ସଫଳ ସଂଯୋଜନା ଓ ପରିଚାଳନା ଦିଗରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗ୍ରହଣ କରିଥିବା ପଦକ୍ଷେପ ସମୂହକୁ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ଯେଉଁ ଲକ୍ଷ୍ୟ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠିତ ହୋଇଥିଲା ତାହାର ପରିପୂରଣ ଦିଗରେ ସଫଳତା ହାସଲ କରିବା ସହ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଦିଗରେ ବ୍ୟାପକ ରୂପେ ସମର୍ଥ ହୋଇପାରିଛି ବୋଲି ବରଗଡ଼ ବିଧାୟକ ଏବଂ ଖଡିଆଳ ବିଧାୟକ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ମୁଖ୍ୟ ଶାସନ ସଚିବଙ୍କ ଡିଏମଏଫ ସମୀକ୍ଷା, ବାର୍ଷିକ ପ୍ରଗତିଶୀଳ ଯୋଜନା ଉପରେ ଗୁରୁତ୍ୱ

ପରିଷଦର ଅଧ୍ୟକ୍ଷ ଏଦିଗରେ ଉପସ୍ଥିତ ରାଜସ୍ବ କମିଶନର ତଥା ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି । ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ସାଙ୍ଗଠନିକ ଦକ୍ଷତା, ନିଷ୍ଠାପର କର୍ତ୍ତବ୍ୟ ସମ୍ପାଦନ ସହିତ ପର୍ଯ୍ୟଟନ ଓ ବିକାଶ ଭିତ୍ତିକ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ନିର୍ବାଚିତ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ବିଶେଷଜ୍ଞ ସଦସ୍ୟ ଓ ଉପଦେଷ୍ଟା ମାନେ ସମ୍ମିଳିତ ଉଦ୍ୟମ ତ୍ବରାନ୍ବିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ବୈଠକରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ବିଶେଷଜ୍ଞ ସଦସ୍ୟ ମାନେ ବିଭିନ୍ନ ଯୋଜନା ରୂପାୟନ ଓ ଭବିଷ୍ୟତଆବଶ୍ୟକତା ନେଇ ଦାବୀ ଉପସ୍ଥାପନ କରିଛନ୍ତି । ପରିଷଦ ତରଫରୁ ଅନୁଦାନ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକାରିତା, ଜନସାଧାରଣଙ୍କ ପାଇଁ ପ୍ରକଳ୍ପର ଉପଯୋଗ, ଅଡିଟୋରିୟମ, ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଜୀବିକା ପ୍ରକଳ୍ପ ଏବଂ ମହାବିଦ୍ୟାଳୟ ଗୁଡିକରେ ବହୁମୁଖୀ ପ୍ରକୋଷ୍ଠ ପରି ସାମଗ୍ରିକ ରୂପାନ୍ତର ଏବଂ ସ୍ବଚ୍ଛତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ଗୁରୁତ୍ବାରୋପ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.