ETV Bharat / state

କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହୋଇପାରନ୍ତି ପାଣ୍ଡିଆନ !

author img

By ETV Bharat Odisha Team

Published : Nov 27, 2023, 6:27 PM IST

VK Pandian: ବିଜେଡିରେ ବିଧିବଦ୍ଧ ସାମିଲ ହୋଇଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିଆନ । ଦଳରେ ଯୋଗଦେବା ପରେ ବିଜେଡିର କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହେବା ନେଇ ହେଉଛି ଚର୍ଚ୍ଚା । ଅଧିକ ପଢ଼ନ୍ତୁ

କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହୋଇପାରନ୍ତି ପାଣ୍ଡିଆନ !
କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହୋଇପାରନ୍ତି ପାଣ୍ଡିଆନ !
କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହୋଇପାରନ୍ତି ପାଣ୍ଡିଆନ !

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭି. କାର୍ତ୍ତିକେୟନ ପାଣ୍ଡିଆନ ବିଜେଡିରେ ବିଧିବଦ୍ଧ ସାମିଲ ହୋଇଛନ୍ତି । ନବୀନ ନିବାସରେ ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ପାଣ୍ଡିଆନଙ୍କୁ ଦଳରେ ସାମିଲ କରାଇଛନ୍ତି । ଫଳରେ ପାଣ୍ଡିଆନଙ୍କର ଶଙ୍ଖ ଭବନରେ ପ୍ରବେଶ ସୁନିଶ୍ଚିତ ହୋଇଛି । ତେବେ ଆଗାମୀ ଦିନରେ ସେ ଦଳରେ କେଉଁ ଦାୟିତ୍ୱରେ ରହିବେ ସେ ନେଇ ସ୍ପଷ୍ଟ ହୋଇନାହିଁ । ପାଣ୍ଡିଆନ ବିଜେଡିର କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହୋଇପାରନ୍ତି ନେଇ ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ପରେ ପାଣ୍ଡିଆନ ବିଜେଡିର ମଙ୍ଗ ଧରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବିଜେଡିରେ ସାମିଲ ହୋଇଛନ୍ତି ଭାରତୀୟ ପ୍ରଶାସନିକ ସେବାରୁ ସ୍ଵେଚ୍ଛାକୃତ ଭାବେ ଅବସର ନେଇଥିବା ଭି.କେ ପାଣ୍ଡିଆନ । The ‘4 am officer’ ଭାବେ ପରିଚିତ ପାଣ୍ଡିଆନ ବିଜେଡିରେ ମିଶିବା ପରେ କେଉଁ ଦାୟିତ୍ୱରେ ରହିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ଓ ବିଜେଡି ଦଳରେ ବଡ଼ ପଦ ମିଳିବ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ସରକାରରେ ରାଜନୈତିକ ପଦରେ ପାଣ୍ଡିଆନ ଅବସ୍ଥାପିତ ହୋଇପାରନ୍ତି । ଏନେଇ ବିଭିନ୍ନ ମହଲରେ ଜୋରଦାର ଆଲୋଚନା ହେଉଛି । ଆସନ୍ତା ଜନରାଜ୍ୟ ଦିବସ ପୂର୍ବରୁ ପାଣ୍ଡିଆନ ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇପାରନ୍ତି । ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ଦାୟିତ୍ୱ ସହ ଏହି ଦାୟିତ୍ୱ ମିଳିବ ବୋଲି କୁହାଯାଉଛି । ପାଣ୍ଡିଆନ ବିଜେଡିର କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଲୋଚନା ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଥିବାବେଳେ ଭି.କେ 30 ଜିଲ୍ଲା ଗସ୍ତ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଅଭିଯୋଗ ପତ୍ର ଗ୍ରହଣ ଓ ଶୁଣାଣି କରୁଥିଲେ । ଯାହାକୁ ରାଜନୈତିକ ରୂପ ଦେଇଥିଲେ ବିରୋଧୀ । ସରକାରୀ ଅର୍ଥରେ ପାଣ୍ଡିଆନ ବିଜେଡିର ପ୍ରଚାର କରୁଥିବା ଅଭିଯୋଗ ହେଉଥିଲା । ପରବର୍ତ୍ତୀ ସମୟରେ ସିଏମଓ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାଣ୍ଡିଆନ କଣ ଏକମାତ୍ର ସଦସ୍ୟ ବୋଲି କହି ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ଆଗକୁ ନିର୍ବାଚନ ରହିଛି । ଲଗାତାର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ସମ୍ଭବପର ନୁହେଁ । ତେଣୁ ନବୀନଙ୍କ ମାର୍ଫତରେ ପାଣ୍ଡିଆନ ଦଳର ପ୍ରଚାର ମଙ୍ଗ ମଧ୍ୟ ଧରିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ......ଚର୍ଚ୍ଚାର ଅନ୍ତ: ଶେଷରେ ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ, ଏଣିକି ବୋଲାଇବେ ବିଜେଡି ନେତା

ଚର୍ଚ୍ଚାକୁ ଅଧିକ ଶକ୍ତି ଯୋଗାଇଛି ବିଜେଡିର ସଂଗଠନ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା । ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ପ୍ରଣବ କହିଛନ୍ତି ଯେ, ପୂର୍ବରୁ ମୁଁ କହିଛି ଭିକେ ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ । 2011 ସିଏମଓ ଆସିବା ପୂର୍ବରୁ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମ ଓ ମୟୂରଭଞ୍ଜରେ କାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭିକେଙ୍କର ଆନୁଗତ୍ୟତା, ପ୍ରତିବଦ୍ଧତା ପ୍ରଥମରୁ ରହି ଆସିଛି । ରାଜ୍ୟର ବିକାଶ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସମର୍ପଣ ଭାବ ମୁଖ୍ୟମନ୍ତ୍ରୀଙ୍କର ରହିଛି, ସମାନ କଥା ପାଣ୍ଡିଆନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ । ମୁଖ୍ୟମନ୍ତ୍ରୀଙ୍କର ସମ୍ମାନରେ ଯେମିତି ଟିକେ ବି ଆଞ୍ଚ ନଆସିବ ସେନେଇ ପାଣ୍ଡିଆନ ଯତ୍ନବାନ ଅଛନ୍ତି । ବିଜେଡିର ଶେଷ ଧାଡିରେ ଥିବା କର୍ମୀଙ୍କ ପାଇଁ ସେ ଯେଉଁ କାମ କରୁଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆଉ ଏକ ସମର୍ପଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.