ଖୋର୍ଦ୍ଧା: ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଓ ଅଧର୍ମର ବିନାଶ ପାଇଁ ଧରାପୃଷ୍ଠକୁ ମା'ଙ୍କ ଆଗମନର ଅନ୍ତିମ ଦିବସ । ବିଭିନ୍ନ ପୂଜା ମଣ୍ଡପରେ ମା ଜଗତଜନନୀଙ୍କ ନବମୀ ପୂଜା ଚାଲିଥିବା ବେଳେ ନାନା ପୀଠରେ ପାଳିତ ହୋଇଛି ମା'ଙ୍କ ବିଜୟାଦଶମୀ ବା ଦଶହରା । ସେହିଭଳି ଖୋର୍ଦ୍ଧାର ଆରାଧ୍ୟ ଦେବୀ ମା ବରୁଣେଇଙ୍କ ପୀଠରେ ରବିବାର ମାଙ୍କ ଦଶହରା ପର୍ବ ପାଳନ କରାଯାଇଛି ।
ଆଜି(ରବିବାର) ସକାଳୁ ମା ବରୁଣେଇ ମହିଷା ମର୍ଦିନୀ ବେଶରେ ପୂଜା ପାଇଛନ୍ତି । କୋରୋନା କଟକଣା ଅନୁଯାୟୀ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ଏଣୁ ଶ୍ରଦ୍ଧାଳୁମାନେ ଚଳିତ ବର୍ଷ ମା'ଙ୍କ ଦର୍ଶନ ଲାଭ କରିବାରୁ ବଞ୍ଚିତ ହୋଇଛନ୍ତି । କଟକଣା ଭିତରେ ସମସ୍ତ ନୀତିକାନ୍ତି ମୁତବାକ ମା ବରୁଣେଇଙ୍କ ବିଜୟାଦଶମୀ ପାଳନ କରାଯାଇଛି । ତେବେ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିପାରୁ ନ ଥିଲେ ମଧ୍ୟ ଏହି ପୀଠକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶକୁ ଉପଭୋଗ କରୁଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ