ETV Bharat / state

ବିରେନ୍ଦ୍ରଙ୍କୁ ଭେଟିଲେ ଧର୍ମେନ୍ଦ୍ର; ରାଜଶ୍ରୀ ଓ ବଳାଶିକୁ ଓବିସି ସୂଚୀରେ ସାମିଲ ଦାବି - ରାଜଶ୍ରୀ ବଳାଶିକୁ ଓବିସି ସୂଚୀରେ ସାମିଲ କର

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବସବାସ କରୁଛନ୍ତି ରାଜଶ୍ରୀ ବଳାଶି ସମୁଦାୟ । ଏହି ସମୁଦାୟଙ୍କୁ ଓବିସି ସୂଚୀରେ ସାମିଲ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜଶ୍ରୀ ବଳାଶି ସମୁଦାୟର ପ୍ରତିନିଧିମାନଙ୍କ ଉପସ୍ଥିତିରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ସହିତ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

ବିରେନ୍ଦ୍ରଙ୍କୁ ଧର୍ମେନ୍ଦ୍ରଙ୍କ ଦାବି; ରାଜଶ୍ରୀ ବଳାଶିକୁ ଓବିସି ସୂଚୀରେ ସାମିଲ କର

author img

By

Published : Jul 28, 2023, 10:02 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା । ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ପଛୁଆ ବର୍ଗଙ୍କୁ କେନ୍ଦ୍ରର ଓବିସି ସୂଚୀରେ ସାମିଲ କରିବା ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବସବାସ କରୁଥିବା ରାଜଶ୍ରୀ ଓ ବଳାଶି ସମୁଦାୟଙ୍କୁ ଓବିସି ସୂଚୀରେ ସାମିଲ କରିବାକୁ ଦାବି ।

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବସବାସ କରୁଛନ୍ତି ରାଜଶ୍ରୀ ବଳାଶି ସମୁଦାୟ । ଏହି ସମୁଦାୟଙ୍କୁ ଓବିସି ସୂଚୀରେ ସାମିଲ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜଶ୍ରୀ ବଳାଶି ସମୁଦାୟର ପ୍ରତିନିଧି ମାନଙ୍କ ଉପସ୍ଥିତିରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ସହିତ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜଶ୍ରୀ ବଳାଶି ସମୁଦାୟର ପ୍ରତିନିଧି ମାନେ ମଧ୍ୟ ଏହି ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏହାର ଅନୁମୋଦନ ପ୍ରକ୍ରିୟାକ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର କୁମାର ଆଶ୍ବସ୍ତ କରିଛନ୍ତି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

ଅଧିକ ପଢନ୍ତୁୃ- ଖୁବଶୀଘ୍ର ସରିବ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ

ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ବରେ ଦେଶର ପଛୁଆ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକ ମାନଙ୍କର ଉନ୍ନତି ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଅନ୍ୟାନ୍ୟ ପଛୁଆ ବର୍ଗ ନିମନ୍ତେ ଉଦ୍ଦିଷ୍ଟ ଜାତୀୟ କମିଶନ ଏବଂ ସଂରକ୍ଷଣ ବ୍ୟବସ୍ଥାରେ ବିଭିନ୍ନ ପଛୁଆ ବର୍ଗଙ୍କୁ ସାମିଲ କରାଯାଇଛି । ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ମଧ୍ୟ ସୁନିଶ୍ଚିତ କରାଯାଇଛି ।

ସୂଚନାଯୋଗ୍ୟଯେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ ଆଲୋଚନା କରିଥିଲେ । ଏହି ସାକ୍ଷାତା ଆଲୋଚନାରେ ଧର୍ମେନ୍ଦ୍ର ଓଡିଶାରେ ଚାଲିଥିବା ଏକାଧିକ ରାଜମାର୍ଗ ଓ ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ସହିତ ସମୀକ୍ଷା କରିଥିଲେ ।

ଏପଟେ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ କିଷାନରୁ ବଂଚିତ । ରାଜ୍ୟର ୧୦୬୬୬ ଜଣ ଚାଷୀ ପିଏମ କିଷାନ ଅର୍ଥ ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟ ସରକାର ପିଏମ କିଷାନର ବଳକା ହିତାଧିକାରୀମାନଙ୍କ ଚୟନ ପକ୍ରିୟା ଶୀଘ୍ର ଆରମ୍ଭ କରନ୍ତୁ । କେନ୍ଦ୍ର ସରକାରଙ୍କୁ ତୁରନ୍ତ ତାଲିକା ପଠାନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର କାଳିଆ ଯୋଜନାରେ ୧୦ ହଜାର ଦବାକୁ କହି ଏବେ ୪ ହଜାର ଦେଉଛନ୍ତି । ହିତାଧିକାରୀ ସଂଖ୍ୟା ସ୍ଥିର ନକରି ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଭଣ୍ଡେଇବାରୁ ନିବୃତ ରୁହନ୍ତୁ । ଏହା କହିଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.