ETV Bharat / state

ଖୋର୍ଦ୍ଧାରେ ବାପ-ପୁଅଙ୍କୁ ମାଡ ଘଟଣା, ଅଭିଯୁକ୍ତଙ୍କର କରାଯିବ ପଲିଗ୍ରାଫ ଟେଷ୍ଟ - ଜିଲ୍ଲାପାଳ କାର୍ଯ୍ୟାଳୟ

ଦୀର୍ଘ ଦିନ ଧରି ଜିଲ୍ଲାର ଆଦିବାସୀ ଦଳିତ ଲୋକେ ମାନସ ଦାସଙ୍କ ଦ୍ବାରା ବିଭିନ୍ନ ଅମାନୁଷିକ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ । ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଭିଡିଓ ଵାର୍ତ୍ତା ଜାରି କଲେ ଏସପି । ଅଧିକ ପଢନ୍ତୁ...

ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ କରାଯିବ ପାଲିଗ୍ରାଫ ଟେଷ୍ଟ: ଏସପି

author img

By

Published : Aug 31, 2021, 3:56 PM IST

Updated : Aug 31, 2021, 8:11 PM IST

ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ କାର୍ଯ୍ୟକଳାପକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି । ତେବେ ଦଳିତ ଲୋକେ ବିଭିନ୍ନ ଆକ୍ରମଣ ସମେତ ମାନସଙ୍କ ଦ୍ବାରା ବିଭିନ୍ନ ଆକ୍ରୋଶର ଶିକାର ହେଉଥିବା ନେଇ ଦଳିତ ମହାସଙ୍ଘ ତରଫରୁ ମାନସଙ୍କ ବିରୁଦ୍ଧରେ ଖୋର୍ଦ୍ଧାର ଏସପି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ।

ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ କରାଯିବ ପାଲିଗ୍ରାଫ ଟେଷ୍ଟ: ଏସପି

ସେପଟେ ମାନସ ଦାସଙ୍କୁ ତୁରନ୍ତ ଗିରଫ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଦଳିତ ମହାସଙ୍ଘ ମାନସ ଦାସଙ୍କ ବିରୋଧ କରି ବେଗୁନିଆ, ବୋଲଗଡ, ତଥା ଖୋର୍ଦ୍ଧା ବିଭିନ୍ନ ଅଞ୍ଚଳର ନିରୀହ ଆଦିବାସୀଙ୍କୁ ମିଥ୍ୟା ପ୍ରତିଶୃତି ସହ ସେମାନଙ୍କୁ ନିୟୋଜିତ କରି ଅଞ୍ଚଳରେ ରାହାଜାନି ଚଳାଇ ଆସୁଥିବା ନେଇ ଅଭିଯୋଗ ହୋଇଛି ।

ତେବେ ୨୦୧୨ ମସିହାରୁ ବର୍ତ୍ତମାନ ଯାଏଁ ମୋଟ ଚାରିଜଣ ପ୍ରଥମେ ୨୦୧୨ ମସିହା ଗୋଡି ପାଟଣାର ବାବୁଲି ନାୟକ, ୨୦୧୩ରେ ଡାଳତୋଳା ନିଆଁମୁହିଁର ପ୍ରସନ୍ନ ନାୟକ, ୨୦୨୦ରେ ଖୋର୍ଦ୍ଧା ଦିଧି ମାଛଗାଡିଆର ଲାଲା ନାୟକ ଓ ୨୦୨୧ ମସିହାରେ ବୋଲଗଡ ବ୍ଲକ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରିବା ସହ କଡବ ଗାଁର ବାପପୁଅକୁ ନିର୍ଯାତନା ସହ ମାଡ ମାରିବା, ଧର୍ମାନ୍ତରୀକରଣ ଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ କରିଛି ଦଳିତ ମହାସଙ୍ଘ ।

ସେପଟେ ବେଗୁନିଆ ଅଞ୍ଚଳରେ ବାପ ପୁଅଙ୍କୁ ମାଡ଼ ମାରିବାର ଭିଡିଓ ଭାଇରାଲ ଘଟଣାରେ ଭିଡିଓ ଵାର୍ତ୍ତା ଜାରି କରିଛନ୍ତି ଖୋର୍ଦ୍ଧା ଏସପି । ସତ୍ୟବ୍ରତଙ୍କ ହତ୍ୟା ଘଟଣାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କର ବାପ ପୁଅ ମାଡ଼ ଘଟଣାରେ ରହିଛି ସମ୍ପୃକ୍ତି ସେମାନଙ୍କୁ ରିମାଣ୍ଡରେ ଅଣାଯିବ ଓ ପଲିଗ୍ରାଫ ଟେଷ୍ଟ କରାଯିବ । ସେହିଭଳି ଏହି ଦୁଇ ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ତଦନ୍ତ କରାଯାଇ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏକ ଭିଡିଓ ଵାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 31, 2021, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.