ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY Scheme)ରେ ଅନିୟମିତତା ନେଇ ଆଜି ଖୋର୍ଦ୍ଧା ଓ ଜଟଣୀ ବ୍ଲକ୍ ଘେରାଉ କରିଛି ବିଜେପି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ ଓ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଖୋର୍ଦ୍ଧା ବ୍ଲକ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେହିପରି ବିଜେପି ମୁଖପାତ୍ର ସୁଦିପ୍ତ ରାୟଙ୍କ ନେତୃତ୍ବରେ ବିଜେପି କର୍ମୀମାନେ କୋଭିଡ଼ କଟକଣାକୁ ମାନି ଜଟଣୀ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଏବଂ ତା ସହ ସରକାରଙ୍କ ଅପାରଗତା ଓ ସରକାରୀ ବାବୁମାନେ କିପରି ଜଣେ ବ୍ୟକ୍ତିଙ୍କ ନାମ ଆବାସ ଯୋଜନାରେ ଆସିଥିବାବେଳେ ହିତାଧିକାରୀଙ୍କ ଅଜ୍ଞାତରେ ଟଙ୍କା ଉଠାଣ ଘଟଣା ହେଉ ଅବା ସାଧାରଣ ଗରିବ ଲୋକଙ୍କ ବଦଳରେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ସାମିଲ କରାଯିବା ନେଇ ଅଭିଯୋଗ କରିଛନ୍ତି ।
ଏବଂ ତା ସହିତ ଦଳୀୟ ଆଧାରରେ ଆବାସ ଯୋଜନା ପ୍ରଦାନ ଘଟଣାର ତଦନ୍ତ କରିବା ଲାଗି ଦାବି କରିଛି । ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଓ ଜଟଣୀ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେପି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ