ଭୁବନେଶ୍ବର: ଅଭ୍ୟାସଗତ ନିଶାଡିଙ୍କ ନଜରରେ ରାସ୍ତା କଡରେ ଲାଗିଥିବା ଫୁଲଗଛ । ହକି ବିଶ୍ବକପ ବେଳେ ରାସ୍ତାକଡର ସୌନ୍ଦର୍ଯ୍ୟକରଣ ପାଇଁ ବିଏମସି ଲଗାଯାଇଥିବା ଥିବା କାମିନୀ ଗଛକୁ କାଟି ନେଇ ବିକୁଥିଲେ ଦୁର୍ବୃତ୍ତ । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚୋରି ଗଛ ବିକ୍ରି ହେଉଥିବା ଦୁଇଟି ଦୋକାନକୁ ସିଲ କରିଛି ବିଏମସି । ବିଏମସିର କାର୍ଯ୍ୟାନୁଷ୍ଠାନ ସହ ମାମଲା ଏବେ ଥାନାରେ ମଧ୍ୟ ପହଞ୍ଚିଛି ।
-
The median plantation was done to enhance the beauty of our city.
— BMC (@bmcbbsr) May 6, 2023 " class="align-text-top noRightClick twitterSection" data="
But some miscreants illegally cut the plants & used them for selling.
Team BMC filed an FIR and sealed the Kamal Flower Shop at
AG Chhaka for this nuisance.#BhubaneswarFirst pic.twitter.com/icMOrEoOjn
">The median plantation was done to enhance the beauty of our city.
— BMC (@bmcbbsr) May 6, 2023
But some miscreants illegally cut the plants & used them for selling.
Team BMC filed an FIR and sealed the Kamal Flower Shop at
AG Chhaka for this nuisance.#BhubaneswarFirst pic.twitter.com/icMOrEoOjnThe median plantation was done to enhance the beauty of our city.
— BMC (@bmcbbsr) May 6, 2023
But some miscreants illegally cut the plants & used them for selling.
Team BMC filed an FIR and sealed the Kamal Flower Shop at
AG Chhaka for this nuisance.#BhubaneswarFirst pic.twitter.com/icMOrEoOjn
ସୂଚନା ଅନୁଯାୟୀ, ଗତ ପୁରୁଷ ହକି ବିଶ୍ବକପ୍ ବେଳେ ଏ.ଜି ଛକରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ କାମିନୀ ଗଛ ଲଗାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିଲା ବିଏମସି । କିଛି ଦିନ ହେବ ଏଜି ଛକ ପାଖରୁ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ପର୍ଯ୍ୟନ୍ତ ରାସ୍ତା ମଝିରେ ଲାଗିଥିବା କାମିନୀ ଗଛ ନିୟମିତ ଚୋରି ହେଉଥିବା ଦେଖିବାକୁ ମିଳିଥିଲା । ନିତିଦିନ କେହି ଦୁର୍ବୃତ୍ତ ଗଛକାଟି ନେଉଥିଲେ । ପ୍ରାଥମିକ ତଦନ୍ତରୁ ଏହା କିଛି ଅଭ୍ୟାସଗତ ନିଶାଖୋରଙ୍କ କାର୍ଯ୍ୟ ବୋଲି ଜଣାପଡିଥିଲା । ଏମାନେ ରାସ୍ତାକଡରୁ ଗଛ କାଟି ନେଇ ଫୁଲ ଦୋକାନରେ ବିକ୍ରି କରୁଥିଲେ । ଏନେଇ ବିଏମସିର ଏକ ଟିମ୍ ଏଜି ଛକ ନିକଟସ୍ଥ ଫୁଲ ଦୋକାନ ଗୁଡିକ ଉପରେ ଚଢ଼ାଉ କରିଥିଲା ।
ଚୋରି ହୋଇଥିବା ସୋ ଗଛକୁ ଜବତ କରିବା ସହ, ବିକ୍ରି କରାଯାଉଥିବା ୨ ଟି ଦୋକାନକୁ ସିଲ୍ କରିଥିଲେ ବିଏମସି ଟିମ୍ । କମଲ ପୁଷ୍ପ ଭଣ୍ଡାର ନାମକ ଏକ ଦୋକାନରେ ଏହି ଚୋରି ଗଛ ବିକ୍ରି ହେଉଥିବା ଯାହା ସୂଚନା ମିଳିଛି । ଏନେଇ ଏକ ଅଭିଯୋଗ ମଧ୍ୟ ଥାନାରେ କରାଯାଇଛି । ପୋଲିସ ଏନେଇ ତଦନ୍ତ ଚଳାଇଥିବା ବେଳେ ଏହି ପଛରେ ଥିବା ପେସାଦାର ନିଶାଡିଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏମାନେ ପୁରୁଣା ବସ ଷ୍ଟାଣ୍ଡ ଆଖପାଖ ସ୍ଥାନରେ ନିୟମିତ ନିଶା ସେବନ କରିବା ସହ ଫୁଲଗଛ ଚୋରି କରୁଥିବା ଜଣାପଡିଛି । ରାଜଧାନୀରେ କଡା ସୁରକ୍ଷା ମଧ୍ୟରେ ମଧ୍ୟ ଏମାନେ ଫୁଲଗଛ ଚୋରି କରିବା ପାଇଁ ପଛାଉନାହାନ୍ତି । ଏପରି ଘଟଣା ରାଜଧାନୀରେ ବିଏମସି ଓ ପୋଲିସର କାର୍ଯ୍ୟ ତତ୍ପରତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ଏ ଘଟଣା ଏବେ ନୁହେଁ ବିଶ୍ବକପ୍ ବେଳେ ମଧ୍ୟ ଫୁଲ ଗଛ ଓ ଫୁଲ କୁଣ୍ଡ ଚୋରାଇ ନେଇଥିବାର ଅଭିଯୋଗ ମଧ୍ୟ ଆସିଥିଲା ।
ଇଟିଭି ଭାରତ, ଭୁବନେଶ୍ବର